ଭୁବନେଶ୍ୱର: ରାଜ୍ୟରେ ଏବେ ୧୧ ହଜାର ଉପରେ ରହିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୭୩୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬ହଜାର ୫୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୧୬୩ । ଖୋର୍ଦ୍ଧାରେ ପୁଣି ବଢ଼ିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୭ଶହ ୧୦ ପଜିଟିଭ୍ । ଗତକାଲି ଜିଲ୍ଲାରୁ ୧୪ଶହ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
Covid-19 Report For 15th May
New Positive Cases: 11732
In quarantine: 6569
Local contacts: 5163(Details of local contacts will be shared by concerned Dist Administration)
District Wise Cases:
1. Angul: 700
2. Balasore: 472
3. Bargarh: 363
4. Bhadrak: 414
5. Balangir: 401— I & PR Department, Odisha (@IPR_Odisha) May 16, 2021
ସୁନ୍ଦରଗଡ଼ରେ ଗତକାଲି ଅପେକ୍ଷା କମିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଜିଲ୍ଲାରୁ ୧୨ଶହ ୯ ପଜିଟିଭ୍ ବାହାରିଥିଲେ । ଆଜି ଏହି ସଂଖ୍ୟା ୬୪୧କୁ ଖସିଛି । ଅର୍ଥାତ୍ ୫୬୮ଟି କମ୍ ପଜିଟିଭ୍ କେସ୍ । କଟକରେ ବି କମିଛି । ଆଜି କଟକ ଜିଲ୍ଲାରୁ ୮୭୦ ପଜିଟିଭ୍ ବାହାରିଥିବା ବେଳେ ଗତକାଲି ଚିହ୍କନଟ ହୋଇଥିଲେ ୧୧ଶହ ୯୭ ଆକ୍ରାନ୍ତ । ସେହିପରି ଅନୁଗୋଳରୁ ୭୦୦ ଓ ସମ୍ୱଲପୁର ଜିଲ୍ଲାରୁ ଆଉ ୫୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
21. Malkangiri: 145
22. Mayurbhanj: 418
23. Nawarangpur: 417
24. Nayagarh: 261
25. Nuapada: 220
26. Puri: 390
27. Rayagada: 245
28. Sambalpur: 538
29. Sonepur: 255
30. Sundargarh: 641
31. State Pool: 267— I & PR Department, Odisha (@IPR_Odisha) May 16, 2021
ସେହିପରି ବାଲେଶ୍ୱରରୁ ୪୭୨, ନବରଙ୍ଗପୁର ୪୧୭, ମୟୂରଭଞ୍ଜ ୪୧୮, ଭଦ୍ରକ ୪୧୪, ବଲାଙ୍ଗିର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୪୦୧ ସଂକ୍ରମିତ । ଗଜପତି ଓ ମାଲକାନଗିରି ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ସବୁ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୫ଲକଷ ୨ହଜାର ୪୫୫ ଆକ୍ରାନ୍ତ । ଏବେ ରାଜ୍ୟରେ ୧ଲକ୍ଷ ୭ହଜାର ୪୦୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।
New recoveries: 10781
Cumulative tested: 10882756
Positive: 612224
Recovered: 502455
Active cases: 107403— I & PR Department, Odisha (@IPR_Odisha) May 16, 2021
Comments are closed.