Latest Odisha News

BREAKING NEWS

ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସିଏମସିର ଅଭିଯାନ, କାଲିଠୁ ଦୁଆର ମୁହଁରେ ଟେଷ୍ଟିଂ ସହ ଟିକାକରଣ

କଟକ: ଆପଣଙ୍କ ବୟସ ୭୦ରୁ ଅଧିକ କି ? ଆପଣ ଜଣେ ଦିବ୍ୟାଙ୍ଗ । ଯଦି ହଁ ବ୍ୟସ୍ତ ହୁଅନ୍ତୁ ନାହିଁ । କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ ହେଉଛି ଦୁଆର ମୁହଁରେ କୋଭିଡ୍ ଟିକାକରଣ ଓ ଟେଷ୍ଟିଂ ସେବା । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଠାରୁ ସହରରେ ଦୁଆର ମୁହଁରେ କୋଭିଡ୍ ଟିକାକରଣ ସହ କୋଭିଡ୍ ଟେଷ୍ଟ କରାଯିବ ।

ଏହି ସେବା ସୋମବାରରୁ ଶୁକ୍ରବାର ସପ୍ତାହକୁ ୫ ଦିନ ସକାଳ ୧୦ଟାରୁ ଅପରାହ୍ଣ ୩ଟା ଯାଏଁ ଉପଲବ୍ଧ ହେବ । ଏହି ସୁବିଧାର ଲାଭ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ଦିବ୍ୟାଙ୍ଗ ନେଇ ପାରିବେ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏହା ସମ୍ପୂର୍ଣ୍ଣ ମାଗଣା । ଟିକାକରଣ ଓ କୋଭିଡ୍ ଟେଷ୍ଟ ପାଇଁ ସିଏମସି ପକ୍ଷରୁ ୨ଟି ଭିନ୍ନ ଭିନ୍ନ ନମ୍ବର ଜାରି କରାଯାଇଛି ।

କୋଭିଡ୍ ଟିକାକରଣ ପାଇଁ 9777067297 ନମ୍ବରକୁ ଯୋଗାଯୋଗ କରିବେ । ସେହିଭଳି କରୋନା ଟେଷ୍ଟିଂ ପାଇଁ 7205337217 ନମ୍ବରରେ କଲ୍ କରିବା ହେବ । କଲ୍ କରି ଆପଣଙ୍କ ପୂରା ନାମ, ସମ୍ପୂର୍ଣ୍ଣ ଠିକଣା, ୱାର୍ଡ ନମ୍ବର, ଆଧାର ନମ୍ବର ସହ କାର୍ଯ୍ୟକ୍ଷମ ଫୋନ୍ ନମ୍ବର ଦେଲେ ଆପଣଙ୍କ ଦୁଆର ମୁହଁରେ ସିଏମସି ଭ୍ୟାନ୍ ଆସି ଟିକାକରଣ ସହ ଟେଷ୍ଟିଂ କରିବ ।

Leave A Reply

Your email address will not be published.