ମାଲକାନଗିରି: କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାଲକାନଗିରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ରାଜସ୍ୱ ରଥ । ଏଣିକି ଆଉ ହିତାଧିକାରାଙ୍କୁ କୌଣସି ପ୍ରମାଣପତ୍ର କିମ୍ବା ଜମି ପଟ୍ଟା ଲାଗି ତହସିଲ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଅନଲାଇନରେ ଆବେଦନ କରିବାର ଏକ ନିର୍ଦ୍ଧିଷ୍ଟ ସମୟ ପରେ ହିତାଧିକାରୀଙ୍କ ଘରକୁ ଯିବ ଏହି ରାଜସ୍ୱ ରଥ ।
ଘରେ ରହି ସରକାରୀ ଅଧିକାରୀଙ୍କଠାରୁ ସିଧାସଳଖ ଗ୍ରହଣ କରିବେ ପ୍ରମାଣପତ୍ର । ପ୍ରଥମ ଦିନରେ କିଛି ଭୀମିହୀନ ଗରିବ ଲୋକଙ୍କ ସହ ନକ୍ସଲ ଗୁଳିରେ ପ୍ରାଣ ହରାଇ ଥିବା ସହିଦ ପୋଲିସ କର୍ମଚାରୀଙ୍କ ପରିବାରକୁ ୪ ଡେସିମିଲ ଲେଖାଏ ଜମି ପଟ୍ଟା ପ୍ରଦାନ କରାଯାଇଛି ।
Comments are closed.