Latest Odisha News

BREAKING NEWS

ସିଙ୍ଗାପୁର ଷ୍ଟ୍ରେନ୍ ବିବାଦ: କେଜ୍ରିଓ୍ୱାଲଙ୍କ ମନ୍ତବ୍ୟକୁ ନେଇ ରାଗିଲା ସିଙ୍ଗାପୁର, ବୈଦେଶିକ ମନ୍ତ୍ରାଳୟର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସିଙ୍କାପୁର ଷ୍ଟ୍ରେନ ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆପତ୍ତି ଉଠାଇଛି ସିଙ୍ଗାପୁର । ଏନେଇ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସମନ୍ କରିଛନ୍ତି ସିଙ୍ଗାପୁର ସରକାର । ବିବାଦୀୟ ପରିସ୍ଥିତି ଭିତରେ ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଉଭୟ ଭାରତ ଓ ସିଙ୍ଗାପୁର କରୋନା ବିରୋଧରେ ମିଳିତ ଲଢ଼େଇ କରୁଛନ୍ତି । ଭାରତକୁ ସିଙ୍ଗାପୁର କରିଥିବା ସହଯୋଗ ନେଇ ସେ ଧନ୍ୟବାଦ ଜଣାଇବା ସହ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଭାରତର ନୁହେଁ ।

କେଜ୍ରିଓ୍ୱାଙ୍କ ମନ୍ତବ୍ୟ ଉପରେ ସିଙ୍ଗାପୁରର ଜବାବ
ସେପଟେ ସିଙ୍ଗାପୁର ସରକାର କହିଛନ୍ତି, କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପ୍ରସଙ୍ଗ ଉପରେ କୌଣସି ସତ୍ୟତା ନାହିଁ । ଟେଷ୍ଟିଂ ଆଦାରରେ ଜଣା ପଡ଼ିଛି ଯେ, ସିଙ୍ଗାପୁରରେ କରୋନାର B.1.617.2 ଭାରିଆଣ୍ଟ ମିଳିଛି । ଯାହା ଭାରତରୁ ଠାବ ହୋଇଥିଲା ।

କ’ଣ କହିଥିଲେ କେଜ୍ରିଓ୍ୱାଲ ? 
ଗତକାଲି ସିଙ୍ଗାପୁର ଷ୍ଟ୍ରେନ୍ ଉପରେ ମନ୍ତବ୍ୟ ରଖିଥିଲେ କେଜ୍ରିଓ୍ୱାଲ୍ । ଟ୍ୱିଟ୍ କରି ସେ କହିଥିଲେ, ସିଙ୍ଗାପୁରରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ୍ ଶିଶୁଙ୍କ ପାଇଁ ମାରାତ୍ମକ ହୋଇପାରେ । ଭାରତରେ ଏହା ତୃତୀୟ ଲହର ରୂପରେ ଆସିପାରେ । ଏହାସହ କେନ୍ଦ୍ର ସରକାରଙ୍କୁ କେଜ୍ରିଓ୍ୱାଲ ଅପିଲ କରିଥିଲେ ସିଙ୍ଗାପୁରକୁ ତତ୍କାଳ ବିମାନ ସେବା ରଦ୍ଦ କରାଯାଉ ।

Leave A Reply

Your email address will not be published.