Latest Odisha News

୨୧ ରୁ ୨୫ ଯାଏଁ ହେବ ଓଡ଼ିଶୀ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ କରୋନା କଟକଣା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଓଡ଼ିଶୀ କର୍ମଶାଳା ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କର୍ମଶାଳାରେ ଛାତ୍ରଛାତ୍ରୀ ଭାଗ ନେଇ ପାରିବେ ଓ ଏହା ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର କହିଛନ୍ତି। ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ଏହି କର୍ମଶାଳା ପ୍ରତି ସନ୍ଧ୍ୟା ୭ ଟାରୁ ୭. ୩୦ ପର୍ଯ୍ୟନ୍ତ ହେବ ।

କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅନୁଷ୍ଠାନର ୱେବସାଇଟ www. nrutya nipuna.com ରେ ନାମ ପଞ୍ଜିକରଣ କରି ପାରିବେ।

Comments are closed.