Latest Odisha News

BREAKING NEWS

ବ୍ଲାକ୍ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ୍, ଜାଣନ୍ତୁ କେତେ କ୍ଷତିକାରକ

ପାଟନା: କରୋନା ମହାମାରୀ ମଧ୍ୟରେ ଚାରିଆଡେ ଆତଙ୍କ ଖେଳାଇଛି ବ୍ଲାକ୍ ଫଙ୍ଗସ୍। ଖାସକରି ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି।

ଏହି ସମୟରେ ପାଟନାରେ ହ୍ବାଇଟ୍ ଫଙ୍ଗସ୍ ମାମଲା ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପାଟନାରେ ହ୍ବାଇଟ୍ ଫଙ୍ଗସ୍ ର ୪ଟି ମାମଲା ସାମ୍ନାକୁ ଆସିଛି। ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାଟଣାର ଜଣେ ପ୍ରସିଦ୍ଧ ବିଶେଷଜ୍ଞ ରହିଛନ୍ତି।

କେତେ କ୍ଷତିକାରକ ହ୍ବାଇଟ୍ ଫଙ୍ଗସ୍-

ଏହି ସଂକ୍ରମଣ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ହ୍ବାଇଟ୍ ଫଙ୍ଗସ୍ କରୋନା ପରି ଫୁସଫୁସକୁ ସଂକ୍ରମିତ କରିଥାଏ। ଏହାବ୍ୟତୀତ ଏହି ସଂକ୍ରମଣ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଯଥା ନଖ, ଚର୍ମ, ପେଟ, କିଡନୀ, ମସ୍ତିଷ୍କ ଏବଂ ପାଟିରେ ମଧ୍ୟ ବ୍ୟାପିଥାଏ।

ତେବେ ଏପର୍ଯ୍ୟନ୍ତ ପାଟନାରେ ହ୍ବାଇଟ୍ ଫଙ୍ଗସରେ ସଂକ୍ରମିତ ଚାରି ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ PMCH ର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଏସ.ଏନ୍ ସିଂ ସୂଚନା ଦେଇଛନ୍ତି।

Leave A Reply

Your email address will not be published.