Latest Odisha News

BREAKING NEWS

ଝାରପଡ଼ା ଜେଲରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର ହେଲା ଦୁର୍ଦ୍ଦାନ୍ତ ବିକ୍ରମର ସହଯୋଗୀ ବୁଢ଼ା

ଭୁବନେଶ୍ୱର: ଜେଲରୁ ସଂଗଠିତ ହେଉଥିବା ଅପରାଧ ରୋକିବାକୁ ଜାରି ରହିଛି ଅପରେସନ୍ କ୍ଲିନ୍ ଅପ୍ । ଆଜି ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲରୁ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ନାୟକର ସହଯୋଗୀ ବୁଢ଼ା ଓରଫ କାହ୍ନୁକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି ।

୨୦୦୯ ମସିହାରେ ଜେଲ୍ ୱାର୍ଡର ମାନସ ରଞ୍ଜନ ନାୟକ ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି କାହ୍ନୁ ମିଶ୍ର ଓରଫ ବୁଢ଼ା । ତାକୁ କେନ୍ଦ୍ରାପଡ଼ା କାରାଗାରକୁ ସ୍ଥାନାନ୍ତରିତ କରାଯାଇଛି । ସେହିଭଳି ପୂର୍ବରୁ ଟିଟୋ ଓ ପିଣ୍ଟାକୁ ଯଥାକ୍ରମେ ସମ୍ବଲପୁର ଓ ଅନୁଗୁଳ ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ୨ ମାସ ତଳେ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମକୁ ମଧ୍ୟ ସମ୍ବଲପୁର କାରାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ହାର୍ଡକୋର୍ କ୍ରିମିନାଲମାନଙ୍କୁ ଅପରାଧ ଠାରୁ ଦୂରେଇ ରଖିବା ଏବଂ ଜେଲ୍ ଭିତରେ ସଂଗଠିତ ଅପରାଧ ପାଇଁ ଯୋଜନାକୁ ମାତ୍ ଦେବା ଉଦ୍ଦେଶ୍ୟରେ ଜେଲ୍ କର୍ତ୍ତୃପକ୍ଷ ଅପେରସନ୍ କ୍ଲିନ୍ ଅପ୍ ଗତ କିଛି ସପ୍ତାହ ହେଲା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.