Latest Odisha News

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା

ଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବା ସହ ରେଡ୍ ଆଲର୍ଟ ଜାରି ହୋଇଛି । ଗୁରୁବାର ସଂଧ୍ୟାରେ ବାଦଲ ଫଟା ବର୍ଷାରେ ବହୁ ଲୋକ ଭାସି ଯାଇଛନ୍ତି । ଏଯାଏଁ ୪ ଜଣଙ୍କର ପତ୍ତା ମିଳୁନଥିବା ବେଳେ ଜଣକର ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ସେଠାରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି ।

ପ୍ରବଳ ବର୍ଷାରେ ଲୋକଙ୍କ ସମେତ ବହୁ ଜୀବଜନ୍ତୁ ମଧ୍ୟ ଭାସି ଯାଇଛନ୍ତି । ନିଖୋଜ ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଘଟଣାସ୍ଥଳରେ ଏନଡିଆର୍ ଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତା ସହିତ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ବିଭାଗ ଟିମ୍ ମଧ୍ୟ ନିୟୋଜିତ ରହିଛନ୍ତି ।

Leave A Reply

Your email address will not be published.