Latest Odisha News

BREAKING NEWS

କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର ସର୍ତ୍ତାବଳୀରେ ସଂଶୋଧନକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କୋଭିଡ୍ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରସ୍ତାବର ସର୍ତ୍ତାବଳୀକୁ ଅନୁମୋଦନ ଦିଆଯାଇଛି । ୧୯ ତାରିଖରେ ଭ୍ୟାକ୍ସିନ୍ ଉତ୍ପାଦନକାରୀ କମ୍ପାନୀ ସହ ପ୍ରି-ବିଡ୍ କରାଯାଇଥିଲା । ଟେଣ୍ଡରର ନିୟମ ସର୍ତ୍ତାବଳୀରେ ସଂଶୋଧନକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି ।

ସଂଶୋଧନ ଅନୁସାରେ, -୨୦ ଡିଗ୍ରୀ ଯାଏ ତାପମାତ୍ରାରେ ରହୁଥିବା ଭ୍ୟାକ୍ସିନ୍ କିଣାଯିବ । ଫୋକସ୍ ରହିବ ୨ରୁ ୮ ଡିଗ୍ରୀ ମଧ୍ୟରେ ରହୁଥିବା ଭ୍ୟାକ୍ସିନ୍ ଉପରେ ଫୋକସ୍ ରହିବ । ପ୍ରତ୍ୟେକ ଭ୍ୟାକ୍ସିନ୍ ପାଇଁ ଭିନ୍ନ ଭିନ୍ନ ଦର ରହିବ । ଯେ କୌଣସି ଭ୍ୟାକ୍ସିନ୍ କମ୍ପାନୀ ଚାହିଁଲେ ରାଜ୍ୟ କିଣିବାକୁ ଚାହୁଁଥିବା ମୋଟ ଟିକା ପାଇଁ ବିଡ୍ କରିପାରିବେ । ସମସ୍ତ ଟିକା ଉତ୍ପାଦକ ଟେଣ୍ଡରରେ ଅଂଶଗ୍ରହଣ କରିପାରିବା ପାଇଁ ପର୍ଫମାନ୍ସ ସିକ୍ୟୁରିଟିକୁ କମାଇ ଦିଆଯାଇଛି ।

ସେହିଭଳି ଇଏମଡି. ବିଡ୍ ସିକ୍ୟୁରିଟି ଓ ଲିକ୍ୱିଡ୍ ଜାତୀୟ କ୍ଷତିକୁ ସମ୍ପୂର୍ଣ୍ଣ ଛାଡ଼ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଫଳରେ ଅଧିକ କମ୍ପାନୀ ବିଡିଂରେ ଅଂଶଗ୍ରହଣ କରିପାରିବେ । ଏଥିପାଇଁ ପ୍ରଚଳିତ ଆଇନରେ ସଂଶୋଧନ କରାଯିବ ।

ଆସନ୍ତା ୨୮ ତାରିଖ ଯାଏ ବିଡ୍ ଦାଖଲ ପରେ ବିଡ୍ ଖୋଲାଯିବ । ଯଥାଶୀଘ୍ର ଟିକା ଆମଦାନୀ କରାଯିବ । ଏହାଛଡ଼ା ରାଜ୍ୟ କ୍ୟାବିନେଟରେ ଆଉ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରେଙ୍ଗାଲି ବାମ କେନାଲର ୧୦୦.୪୯ କିଲୋମିଟରରୁ ୧୦୭.୫୦ କିଲୋମିଟର ପର୍ଯ୍ୟନ୍ତ ଟେଣ୍ଡରକୁ ୨୪୭ କୋଟି ଟଙ୍କାରେ ଦିଆଯାଇଛି । ଏଥିସହ ଓଡ଼ିଶା ଲିଗାଲ୍ ସର୍ଭିସ୍ ମେଥଡ୍ ଅଫ୍ ରିକ୍ୟୁଟମେଣ୍ଟ-୨୦୧୬ରେ ସଂଶୋଧନ କରାଯାଇଛି ।

ଗତବର୍ଷ କୋଭିଡ୍ ମହାମାରୀ ସମୟରେ ବହୁତ ଗୁଡ଼ିଏ ମଦ ଦୋକାନ ବନ୍ଦ ରହିଥିଲା । ଲାଇସେନ୍ସ ଫି‘ ଛାଡ଼ ପାଇଁ ଅନୁରୋଧ ଆସିଥିଲା । ଗ୍ରେଡେଡ୍ ୱେରେ କିଛି କିଛି ଲାଇସେନ୍ସ ଫି’ ଛାଡ଼ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମତି ଦେଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.