Latest Odisha News

BREAKING NEWS

ଲାଲଗଡ ମାଟିରେ ପାଦ ଥାପିଲା ସ୍ୱାସ୍ଥ୍ୟ ବିଭାଗ

ମାଲକାନଗିରି: ବର୍ତ୍ତମାନର ସ୍ଥିତି କାହାକୁ ବି ଅଜଣା ନାହିଁ । କରୋନା ପାଇଁ ଚାରିଆଡେ ଲୋକେ ଜୀବନ ସହ ସଂଘର୍ଷ କରୁଛନ୍ତି । ଏପରି ସ୍ଥିତିରେ ସବୁଠୁ ପ୍ରମୁଖ ଭୂମିକା ତୁଲାଉଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । କଥାରେ ଅଛି କଲିକତାରେ ରାତି ନାହିଁ । ଠିକ୍ ସେମିତି ସ୍ୱାସ୍ଥ୍ୟ ବିଭାଗକୁ ବି ସାମାନ୍ୟ ବିରାମ୍ ନାହିଁ । ତେବେ କେବଳ କରୋନା ମହାମାରୀ ଭଳି ସମୟ ନୁହେଁ ବରଂ ସବୁବେଳେ ସ୍ୱାସ୍ଥ୍ୟ ବିଭାଗର ଭୂମିକା ବେଶ ସମ୍ବେଦନଶୀଳ ।

ନିଜ ସମ୍ବେଦନଶୀଳ ଭୂମିକାକୁ ଯଥାର୍ଥ ଦର୍ଶାଇ ଲାଲଗଡ ମାଟିରେ ପାଦ ଥାପିଥିଲା ସ୍ୱାସ୍ଥ୍ୟ ବିଭାଗ । ମାଲକାନଗିରିର ପହାଡିଆ ତଥା ଜଙ୍ଗଲିଆ ରାସ୍ତାରେ ଚାଲିଚାଲି ଆଦିବାସୀଙ୍କ ନିକଟରେ ପହଂଚିଥିଲେ ମାଥିଲି ସବ୍‌-ଡିଭିଜିନାଲ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ । ନକ୍ସଲ ହୁଅନ୍ତୁ ଅବା ଯବାନ, ସମସ୍ତେ ଦୁର୍ଗମ ଇଲାକାରେ ଯାତ୍ରା କରିବାରେ ବେଶ ଧୁରନ୍ଧର । ହେଲେ ମାଥିଲି ବ୍ଲକର ଖଟୁଆପଦର ଗାଁକୁ ଯିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏତେଟା ସହଜ ନଥିଲା ।

ଆଜି ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧୨ ଜଣ ସ୍ୱାସ୍ଥ୍ୟକର୍ମୀ ଖଟୁଆପଦର ଗାଁ ସମେତ ଆଖପାଖ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କୋଭିଡ୍ ଟେଷ୍ଟା ମଧ୍ୟ କରାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ସମସ୍ତଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଥିବାବେଳେ ଦୁଇଜଣଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡିଛି । ଶେଷରେ ସମସ୍ତ ପରୀକ୍ଷଣ ସହ ମାଗଣାରେ ଔଷଧ ଦେବା ପରେ କରୋନାକୁ ନେଇ ଡାକ୍ତରୀ ଦଳ ଆଦିବାସୀଙ୍କୁ ସଚେତନ କରାଇଥିଲା ।

Leave A Reply

Your email address will not be published.