Latest Odisha News

ଅବପାତ ରୂପ ନେଲା ବାତ୍ୟା ‘ୟଶ’, ପାରାଦୀପ-ସାଗରଦୀପ ମଝିରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର : ବଳ ଗୋଟାଉଛି ବାତ୍ୟା ‘ୟଶ’ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ବାତ୍ୟାର ରୂପ ନେବ ‘ୟଶ’ । ସେହିପରି ୨୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଓ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏହି ସମୟରେ ପବନର ବେଗ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ଏହାପରେ ଧିରେ ଧିରେ ପବନର ବେଗ ବଢି ଘଣ୍ଟା ପ୍ରତି ୧୮୫ କିମି ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଏହାର ପ୍ରଭାବରେ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୬ ତାରିଖରେ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି । ବାତ୍ୟା ସମୟରେ ବଡ଼ ବଡ଼ ଗଛ ଭାଙ୍ଗିବ ବୋଲି କହିଛି ପାଣିପାଗ ବିଭାଗ ।

ବାତ୍ୟା ପାଇଁ ବାଲେଶ୍ୱରରେ ୭ଟି, ଭଦ୍ରକରେ ୪ଟି, କେନ୍ଦ୍ରାପଡା ୩ଟି, ଯାଜପୁରରେ ୨ଟି, ଜଗତସିଂହପୁର ଏବଂ ମୟୂରଭଞ୍ଜରେ ଗୋଟିଏ ଲେଖାଏଁ ଟିମ୍ ନିୟୋଜିତ ହୋଇଛନ୍ତି । ତେବେ ବାତ୍ୟା ପାଇଁ ଓଡ଼ିଶାକୁ ୧୦ଟି ଏନଡିଆରଏଫ ଆସିବ ବୋଲି କହିଛନ୍ତି ଏନଡିଆରଏଫ ଡିଜି । ସେହିପରି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ପାଇ ଆସିବା ପାଇଁ କୁହାଯାଇଛି ।

Comments are closed.