Latest Odisha News

BREAKING NEWS

ଜୈଶ ଆତଙ୍କବାଦୀ ମାସୁଦ ଆଝାରକୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଆମେରିକା-ବ୍ରିଟେନ ଓ ଫ୍ରାନ୍ସର ଦାବି

ଜାତିସଂଘ : ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ କଳା ତାଲିକା ଭୁକ୍ତ କରିବା ପାଇଁ ଜାତିସଂଘରେ ଏକ ପ୍ରସ୍ତାବ ଆଗତ ହୋଇଛି ।

ସେହିପରି ଗ୍ଲୋବାଲ ଟେରୋରିଷ୍ଟ (ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ) ଘୋଷଣା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ଆମେରିକା,ବ୍ରିଟେନ୍ ଏବଂ ଫ୍ରାନ୍ସ ପ୍ରସ୍ତାବ ରଖିଛନ୍ତି।

ଏହି ପ୍ରସ୍ତାବ ୩ ପ୍ରମୁଖ ରାଷ୍ଟ୍ରଙ୍କ ଦ୍ୱାରା ଆଗତ ହୋଇଥିବାବେଳେ ଏହାକୁ ଆସନ୍ତା ୧୦ଟି କାର‌୍ୟ୍ୟଦିବସରେ ବିଚାର କରାଯିବା ନେଇ ସୂଚନା ମିଳିଥିଲା ବେଳେ ବିଗତ ୧୦ ବର୍ଷ ମଧ୍ୟରେ ମାସୁଦ ଆଝାର ବିରୋଧରେ ୪ର୍ଥ ଥର ପାଇଁ ଏଭଳି ପ୍ରସ୍ତାବ ଆଗତ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଜାତିସଂଘ ଦ୍ୱାରା ଏଭଳି ପ୍ରସ୍ତାବ ପାରିତ ହେଲେ , ମାସୁଦ ଆଝାର ‘ଜାତିସଂଘ ତାଲିକାଭୁକ୍ତ ଗ୍ଲୋବାଲ ଟେରରିଷ୍ଟ’ର ଆଖ୍ୟା ପାଇବେ। ଫଳରେ ଗ୍ଲୋବାଲ ଟ୍ରାଭେଲ ଉପରେ କଟକଣା ଲାଗିବା ସହ ତା’ର ବିଭିନ୍ନ ସମ୍ପତ୍ତି ବାଜ୍ୟାପ୍ତି ଏବଂ ଅସ୍ତ୍ର କାରବାର ଉପରେ ମଧ୍ୟ କଟକଣା ଲଗାଯିବ।

Leave A Reply

Your email address will not be published.