Latest Odisha News

BREAKING NEWS

ଭୟଙ୍କର ବାତ୍ୟା ୟାସର ଦେଖାଗଲା ଆଖି

ଭୁବନେଶ୍ବର : ଭୟଙ୍କର ବାତ୍ୟା ୟାସର ଦେଖାଗଲା ଆଖି । କରାଳ ରୂପ ଧାରଣ କରି ଉପକୂଳ ଆଡକୁ ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ ୟାସ । ବାତ୍ୟା ୟାସ୍‌ର ଆଖି ପାରାଦୀପ ଡପଲର ରାଡାରରେ ସ୍ପଷ୍ଟ ହୋଇଛି । ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ହୋଇଥିବା ଜଣାପଡିଛି । ରାଡାର ପରିଧିକୁ ଆସିବା ପରେ ବାତ୍ୟାର ଆଖି ସ୍ପଷ୍ଟ ଦେଖିବାକୁ ମିଳିଛି ।

ଭୟଙ୍କର ରୂପ ନେଇଥିବା ବାତ୍ୟା ୟାସ ଏବେ ପାରାଦୀପ ଠାରୁ ୧୬୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ବରଠାରୁ ୨୫୦ ଓ ଦୀଘାଠାରୁ ୨୪୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଏବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଘଣ୍ଟାକୁ ୧୫ କିଲୋମିଟର ବେଗରେ ଉପକୂଳ ମୁହାଁ ବାତ୍ୟା । ଆସନ୍ତାକାଲି ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ । ବେଳେ ବେଳେ ପବନର ବେଗ ୧୮୫ କିଲୋମିଟର ହୋଇପାରେ । ବାତ୍ୟା ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଲାଗି ରହିଛି ବର୍ଷା । ଏବେଠୁ ଧିରେ ଧିରେ ବଢ଼ିଲାଣି ପବନର ବେଗ ।

Leave A Reply

Your email address will not be published.