କୋଲକାତା: ଓଡ଼ିଶାରେ ହିଟ୍ କଲା ବାତ୍ୟା ୟାସ୍ । କିନ୍ତୁ ପଶ୍ଚିମବଙ୍ଗରେ ବାତ୍ୟା ଆଣିଛି ବିଭୀଷିକା । ଜଳପ୍ରଳୟ ସୃଷ୍ଟି ହୋଇଛି । କେଉଁଠି ସହର ବଜାର ବୁଡ଼ିଛି ତ ଆଉ କେଉଁଠି ଗାଁ ଗଣ୍ଡାରେ ଲହଡ଼ି ଭାଙ୍ଗୁଛି ସମୁଦ୍ରର ପାଣି । ବ୍ୟାପକ ଗଛ ଉପୁଡିଛି । ଭାଙ୍ଗିଛି ଲୋକଙ୍କ ଘର । ରାସ୍ତାଘାଟ କ୍ଷୟକ୍ଷତି ହୋଇଛି । ଜଳମଗ୍ନ ହୋଇଛି ଚାଷ ଜମି । ପାଣିଘେରରେ ଗୋଟିଏ ଗୋଟିଏ ଗାଁ ରହିଛି । ପଶ୍ଚିମବଙ୍ଗରେ କୋଟିଏରୁ ଅଧିକ ଲୋକ ବାତ୍ୟାରେ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ବାତ୍ୟା ୟାସ୍ ପ୍ରଭାବରେ ସମୁଦ୍ରରେ ଆସିଥିଲା ବଡ଼ ବଡ଼ ଜୁଆର । ଅଶାନ୍ତ ସୁମ୍ଦର କୂଳ ଲଙ୍ଘିଂ ଜନବସତିରେ ପଶି ଯାଇଥିଲା । ତିନି ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଛି । ୧୩୪ଟି ନଦୀବନ୍ଧ ଭାଙ୍ଗି ବିପର୍ୟ୍ୟୟ ଆଣିଛି । ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେସଖାଳି, ହିନ୍ଦୋଳଗଞ୍ଜ, ହସନାବାଦ, ହାଓ୍ୱଡା ଓ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନମଖନା, ଗୋସାବା, କୁଲତି, ବସନ୍ତୀ, କାନିଂ ଆଦି ବିଶେଷ ଭାବରେ ପ୍ରଭାବିତ ହୋଇଛି ।
ସେହିପରି ଦୀଘା, ତାଜପୁର, ଶଙ୍କରପୁର, ରାମନଗର, କୋନ୍ତାଇ, ନନ୍ଦିଗ୍ରାମ, କୋଲାଘାଟ ଓ ସୁନ୍ଦରବନ ଅଞ୍ଚଳରେ ବି ବାତ୍ୟା ୟାସର ପ୍ରକୋପ ଦେଖିବାକୁ ମିଳିଛି । ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ୧୪ଶହରୁ ଅଧିକ ଆଶ୍ରୟସ୍ଥଳରେ ରଖିଛନ୍ତି । ଆସନ୍ତାକାଲି ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ୨୩ଟି ଜିଲ୍ଲାରୁ ୧୪ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।
BREAKING NEWS
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି
- ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର
- ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର
- ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି
- ରାଣୀଙ୍କ ଆଖିରେ ଲୁହ !
- ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ