Latest Odisha News

ଚିନ୍ତା ବଢାଉଛି କୋରେକ୍ସର ଅବାଧ କାରବାର

ପୁରୀ: ଶ୍ରୀକ୍ଷେତ୍ରରେ ମଦ କିମ୍ବା ବ୍ରାଉନ୍ ସୁଗାର ପାଇଁ ପୋଲିସ ପ୍ରଶାସନ ଚିନ୍ତାରେ ପଡିନି । କୋରେକ୍ସର ବେଆଇନ ଓ ଅବାଧ କାରବାର ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ଏକ ନିର୍ଦ୍ଧିଷ୍ଟ ଅଂଚଳରେ କୋରେକ୍ସ କାରବାର ହେଉଥିବା ଖବର ପାଇ ଆଜି ଟାଉନ ଥାନା ପୋଲିସ ଚଢାଉ କରି ୪ଜଣଙ୍କୁ ଗିରଫ କରିଛି ।

ପୁରୀର ଜଗନ୍ନାଥବଲ୍ଲଭ ମଠ ଓ ପୋଖରିଆ ଛକରେ କୋରେକ୍ସ କାରବାର ହେଉଥିବା ପୋଲିସକୁ ଖବର ମିଳିଥିଲା । ଏକ ପୋଲିସ ଟିମ୍ ସେହି ଅଂଚଳରେ ଚଢାଉ କରିବା ପରେ ବାବୁନି ଓରଫ ସତ୍ୟନାରାୟଣ ତ୍ରିପାଠୀ, ସାମୁ ଓରଫ ସୁରେଶ ମହାପାତ୍ର, ସେଖ୍ ଫକିରା ଓ ରକି ଓରଫ ରବିନାରାୟଣ ମେକାପ ନାମକ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କଠାରୁ ୧୦୦ ମି.ଲି ବିଶିଷ୍ଟ ୫୦ଟି କୋରେକ୍ସ ବୋତଲ, ୪ଟି ମୋବାଇଲ, ଗୋଟିଏ ଅଟୋ ଓ ଗୋଟିଏ ବାଇକ ଜବତ ହୋଇଛି ।

Leave A Reply

Your email address will not be published.