ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ୨ ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ବଢୁଛି ସୁସ୍ଥ ହାର । ଆକ୍ଟିଭ୍ କେସ୍ ସଂଖ୍ୟା ବି ଦ୍ରୁତ କମିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ୍ କ୍ରମାଗତ ପଞ୍ଚମ ଦିନରେ ୧୦ ପ୍ରତିଶତ ତଳେ ରହିଛି ।
ସୁସ୍ଥହାର ୯୦%
ଗତ ୨୪ ଘଣ୍ଟାରେ ଦେଶରେ ୨୦ଲକ୍ଷ ୮୦ ହଜାର ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୭୪ ହଜାର ନୂଆ ଆକ୍ରାନ୍ତ । ଯାହାକି ଗତ ୪୬ ଦିନର ସବୁଠୁ କମ୍ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୮୪ହଜାର ୬୦୧ । ମୋଟ୍ ସୁସ୍ଥ ହାର ୯୦.୮୦ ପ୍ରତିଶତକୁ ବୃଦ୍ଧି ପାଇଛି । ଖସୁଛି କରୋନା ଆକ୍ଟିଭ କେସ୍ । ଗତ ୨୪ ଘଣ୍ଟାରେ ଆକ୍ଟିଭ୍ କେସ୍ ସଂଖ୍ୟାରେ ୧ଲକ୍ଷ ୧୪ହଜାର ୪୨୮ ହ୍ରାସ ପାଇଛି । ଏବେ ଦେଶରେ ୨୨ଲକ୍ଷ ୨୮ହଜାର ୭୨୪ଟି ସକ୍ରିୟ ମାମଲା ରହିଛି ।
୧୦% ତଳେ ପଜିଟିଭ୍ ହାର
ଦୈନିକ ପଜିଟିଭିଟି ରେଟ୍ ବି ଖସୁଛ । ଗତ ପାଞ୍ଚ ଦିନ ହେବ ଦେଶରେ ପଜିଟିଭ୍ ହାର ୧୦ ପ୍ରତିଶତ ତଳେ ରହୁଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ ହାର ରହିଛି ୮.୩୬% । ସାପ୍ତାହିତ ପଜିଟିଭିଟି ରେଟ୍ ରହିଛି ୯.୮୪% ।
ଦୈନିକ ୩ହଜାର ଆକ୍ରାନ୍ତଙ୍କ ମୃତ୍ୟୁ
ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ଏବେ ବି ୩ହଜାର ଉପରେ ରହୁଛି । ଗତ ୩୨ ଦିନ ହେବ କରୋନାରେ ଦେଶରୁ ପ୍ରତିଦିନ ୩ ହଜାରରୁ ଅଧିକ ଜୀବନ ଯାଉଛି । ଶେଷ ଥର ଏପ୍ରିଲ ୨୬ ତାରିଖରେ ୨ହଜାର ୭୬୬ ଆକ୍ରାନ୍ତ ପ୍ରାଣ ହରାଇଥିଲେ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.