Latest Odisha News

BREAKING NEWS

କଟକରେ କୋଭିଡ୍ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ

କଟକ: ରାଜ୍ୟରେ କରୋନା ମହାମାରୀର ଚଡକ । ସେପଟେ ପ୍ରତିଦିନ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା ହେଉଥିବା ଅଭିଯୋଗ ହେଉଛି । ତେବେ କଟକରେ କୋଭିଡ୍ ହସ୍ପିଟାଲରେ କିପରି ଚାଲିଛି କରୋନା ସଂକ୍ରମିତଙ୍କ ଚିକିତ୍ସା ? ଏହି ପ୍ରଶ୍ନ ଉତ୍ତର ପାଇବା ପାଇଁ କଟକରେ ଥିବା କୋଭିଡ ହସ୍ପିଟାଲରେ ଯାଂଚ କରିଛି କୋଭିଡ୍ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ।

ସିଏମ୍‌ସି କୋଭିଡ୍ ଏନ୍‌ଫୋର୍ସମେଣ୍ଟ ଟିମ୍ ଓ ଏସ୍‌ସିବି ମେଡିକାଲର ଏକ ୪ଜଣିଆ ଡାକ୍ତରୀ ଟିମ୍‌ର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଯାଂଚ ପ୍ରକ୍ରିୟା । ଆଜି ପ୍ରତାପନଗରୀ ସ୍ଥିତ ରୁଦ୍ର କୋଭିଡ୍ ହସ୍ପିଟାଲରେ ଯାଂଚ ହୋଇଥିଲା । ହସ୍ପିଟାଲରେ ଥିବା ସଂକ୍ରମିତଙ୍କୁ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବା ଓ ପରିମଳ ବ୍ୟବସ୍ଥାର ସ୍ଥିତି ଯାଂଚ କରିଥିଲେ ଡାକ୍ତରୀ ଦଳ ।

ଏନଫୋର୍ସମେଣ୍ଟ ଟିମ୍‌ର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି କରୋନା ଆକ୍ରାନ୍ତଙ୍କ ସୁବିଧା ଅସୁବିଧା ବୁଝିବା ସହ ଅନ୍ୟ ବ୍ୟବସ୍ଥାର ତଦାରଖ ମଧ୍ୟ କରିଥିଲେ । ୧୦୪ ଶଯ୍ୟା ବିଶିଷ୍ଟ ରୁଦ୍ର ହସ୍ପିଟାଲରେ ମୋଟ୍ ୮୮ଜଣ କରୋନା ଆକ୍ରାନ୍ତ ଭର୍ତ୍ତି ଅଛନ୍ତି । ବର୍ତ୍ତମାନ ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ଥିବା ଆକ୍ରାନ୍ତଙ୍କ ଚିକିତ୍ସା, ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା, ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ, ଅକ୍ସିଜେନ ସପ୍ଲାୟ ଓ ଆଇସିୟୁ ଉପଲବ୍‌ଧ ବେଡ ସଂପର୍କରେ ଯାଂଚକାରୀ ଦଳ ଅନୁଧ୍ୟାନ କରିଥିଲେ । ଯାଂଚ ପରେ ହସ୍ପିଟାଲର ଡାକ୍ତରଙ୍କ ସହ ଏନଫୋର୍ମମେଣ୍ଟ ଟିମ୍ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

Leave A Reply

Your email address will not be published.