ଭୁବନେଶ୍ୱର: ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ଜଣେ ୨୦ ବର୍ଷର ଯୁବକ ପ୍ରତୀକ୍ଷ କାଦାମ୍ବାଲୁ। ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାୟଗଡ଼ାସ୍ଥ ମୁନିଗୁଡା ଅଂଚଳର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ପ୍ରତୀକ୍ଷ କରୋନା ସଂକ୍ରମିତ ହୋଇ ଗତ ଏପ୍ରିଲ୍ ୩୦ ତାରିଖ
ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତି ହୋଇଥିଲେ । ହସ୍ପିଟାଲରେ ଭର୍ତି ହେବା ସମୟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ।
ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ବିଗିଡିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଏହା ସହ ତାଙ୍କର ଶରୀରରେ ଟ୍ରାକିଓଷ୍ଟୁମି ମଧ୍ୟ କରାଯାଇଥିଲା ।
ଧିରେ ଧିରେ ସୁସ୍ଥ ହେବା ସହ କୋଭିଡମୁକ୍ତ ହୋଇଥିଲେ ପ୍ରତୀକ୍ଷ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଖବର ଦେବା ସହ ଭିଡିଓ କଲ କରି ପ୍ରତୀକ୍ଷ କିଭଳି ଅଛନ୍ତି ସେ ଦୃଶ୍ୟ ମଧ୍ୟ ପରିବାରକୁ ଦେଖାଉଥିଲେ। ଦୀର୍ଘ ଏକ ମାସର ଉତମ ଚିକିତ୍ସା ଫଳରେ ସେ ଏବେ ସୁସ୍ଥ ହୋଇ ନିଜ ଘର ମୁନିଗୁଡା ଫେରିଯାଇଛନ୍ତି ।
ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ପଦ୍ଧତିକୁ ନେଇ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ
ପରିବାରବର୍ଗ । ସେମାନଙ୍କର ସେବା, ଚିକିତ୍ସା ଓ ସହଯୋଗ ଫଳରେ ପ୍ରତୀକ୍ଷ ନୂଆ ଜୀବନ ଫେରିପାଇଥିବା କହିଛନ୍ତି ତାଙ୍କ
ସମ୍ପର୍କୀୟ ଭାଇ ସୁଧୀର ସାହୁ ।
Comments are closed.