Latest Odisha News

ଡୋପ ଟେଷ୍ଟରେ ଧରାପଡିଲେ ସୁମିତ ମଲିକ, ଡବ୍ଲ୍ୟୁଏଫଆଇକୁ ୧୬ ଲକ୍ଷର ଜରିମାନା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତିରେ ଶନିବାର ଭାରତକୁ ଶକ୍ତ ଧକ୍କା ଲାଗିଛି । ରେସଲର ସୁମିତ ମଲିକ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ବୁଲଗେରିଆରେ ଅନୁଷ୍ଠିତ କ୍ୱାଲିଫାୟର୍ସ ମୁକାବିଲାରେ ତାଙ୍କ ଡୋପ ସାମ୍ପୁଲ ନିଆ ଯାଇଥିଲା । ସେ ଏଥିରେ ଭଲ ପ୍ରଦର୍ଶନ କରି ୧୨୫ କିଗ୍ରା ବିଭାଗରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ ।

ତାଙ୍କ ଭୁଲ ଯୋଗୁ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆକୁ ୧୬ ଲକ୍ଷ ଟଙ୍କାର ଜରିମାନା କରାଯାଇଛି । ସୁମିତ କହିଛନ୍ତି ସେ ଅସୁସ୍ଥ ଥିବା ସମୟରେ କିଛି ଔଷଧ ଡାକ୍ତରଙ୍କ ପରାମର୍ଶରେ ନେଇଥିଲେ । ଉଦ୍ଦେଶ୍ୟମୂଳକ ଭାବେ କୌଣସି ନିଷିଦ୍ଧ ଡ୍ରଗ୍ସ ସେବନ କରି ନାହିଁ ବୋଲି ସେ କହିଛନ୍ତି । ତାଙ୍କ ଟ୍ରାକ ରେକର୍ଡ ଭଲ ଥିବାରୁ ବି ସାମ୍ପୁଲ ଫଳାପଳକୁ ଅପେକ୍ଷା କରାଯାଇଛି ।

Comments are closed.