Latest Odisha News

ସୁନ୍ଦରଗଡ଼ ଜିଲ୍ଲାରେ ଗଡ଼ିଲା କରୋନା ସଚେତନତା ରଥ

ସୁନ୍ଦରଗଡ଼ : ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଗଡ଼ିଲା ସଚେତନତା ରଥ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର । ଏହି ରଥ ସାରା ଜିଲ୍ଲା ବୁଲି ଲୋକଙ୍କୁ ଅଡିଓ ଭିଜୁଆଲ ମାଧ୍ୟମରେ କରୋନା ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟିବ ।

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ରଥ ବୁଲି ଲୋକଙ୍କୁ ସଚେତନ କରୁଛି । ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ରଥ ବୁଲିବ । ଲୋକମାନଙ୍କୁ କୋଭିଡ୍ ଉପଯୋଗୀ ଆଚରଣ ସମ୍ପର୍କରେ ସଚେତନ କରିବା ଲାଗି ଏକ ରଥ ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ଭଲ ଭାବେ ହାତ ଧୋଇବା ଏବଂ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ କରିବା ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ।

ବିଭିନ୍ନ ଲୋକ ସଙ୍ଗୀତ ଓ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କେରକେଟାଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.