ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଜର୍ଦ୍ଦାଳୁ ଆମ୍ବ ପଠାଇଛନ୍ତି । ସୁଲତାନଗଞ୍ଜର କଳାମାଟିରେ ଚାଷ ହେଉଥିବା ଏହି ଆମ୍ବ ତାର ସ୍ୱାଦ ବେଶ ପ୍ରସିଦ୍ଧ । ୨୦୦୭ ପରଠାରୁ ନୀତିଶ କୁମାର ଦେଶର ବିଶିଷ୍ଟ ଲୋକଙ୍କ ନିକଟକୁ ଏହି ଆମ୍ବ ପଠାଇ ଆସୁଛନ୍ତି । ଏଥର ୨୦୦୦ ଜର୍ଦ୍ଦାଳୁ ଆମ୍ବ ପ୍ୟାକେଟ ବିକ୍ରମଶିଳା ଏକ୍ସପ୍ରେସରେ ଦିଲ୍ଲୀ ସ୍ଥ୍ିତ ବିହାର ଭବନକୁ ପଠାଯିବ ।
୭ ଦିନ ପର୍ଯ୍ୟନ୍ତ ଏହି ଆମ୍ବ ଖରାପ ହୋଇ ନ ଥାଏ । ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏହା ପଠାଯିବ । ଏହି ଆମ୍ବର ସ୍ୱାଦ ସବୁଠାରୁ ରସାଳ ହୋଇଥିବାରୁ ଦେଶ ବିଦେଶରେ ଏହାର ଚାହିଦା ରହିଛି ।
Comments are closed.