ଉହାନ: ଚୀନ ଏବଂ ଏହାର ପରୀକ୍ଷଣ ଧିରେ ଧିରେ ମାନବଜାତି ପ୍ରତି ବିପଦ ସୃଷ୍ଟି କରୁଛି । ପ୍ରକୃତି ସହ ଖେଳିବା ମଧ୍ୟ ଚୀନ ଆରମ୍ଭ କରି ସାରିଲାଣି । ଏ ଭଳି ଏକ ତଥ୍ୟ ସମ୍ମୁଖକୁ ଆସିବା ପରେ ବିଶେଷଜ୍ଞମାନେ ଚିନ୍ତିତ ହୋଇ ପଡିଛନ୍ତି । ବ୍ରିଟିଶ ସାମ୍ବାଦିକ ଜେସ୍ପର ବେକର ଏହି ତଥ୍ୟ ଉଜାଗର କରିଛନ୍ତି ।
ଚୀନର ଲ୍ୟାବରେ ମାଙ୍କଡ, ଠେକୁଆ ଏବଂ ଅନ୍ୟ ଜୀବିତ ପ୍ରାଣୀଙ୍କ ଶରୀରରେ ଭାଇରସ ଇଂଜେକ୍ସନର ପ୍ରୟୋଗ କରୁଛି । ସେମାନଙ୍କ ଜିନ୍ ବଦଳିଯାଉଛି । ଯାହା କି ଅନ୍ୟ ଦେଶରେ ବେଆଇନ । ଉହାନ ଏବଂ ଅନ୍ୟ ଲ୍ୟାବରେ ଟେଷ୍ଟଟ୍ୟୁବରେ ବିଭିନ୍ନ ପ୍ରକାର ରୋଗ ଜୀବାଣୁ ରଖାଯାଉଛି । ଏହାକୁ ନିରୀହ ପଶୁଙ୍କ ଉପରେ ପ୍ରୟୋଗ କରାଯାଉଛି । ସେମାନଙ୍କୁ ଜୈବିକ ଅସ୍ତ୍ର ଭାବେ ପ୍ରଯୋଗ କରାଯିବା ଆଶଙ୍କା ରହିଛି ବୋଲି ବେକର କହିଛନ୍ତି । ଚୀନର ଜଣେ ଗବେଷକ ଉହାନ ଲ୍ୟାବରେ ୬୦୫ ବାଦୁଡି ରଖାଯାଇଥିବା କହିଛନ୍ତି ।
ଚୀନର ବ୍ୟାଟ ଓମ୍ୟାନ ଭାବେ ପରିଚିତ ଶି ଝେଙ୍ଗଲୀ କରୋନା ଭାଇରସ ସ୍ରଷ୍ଟା ବୋଲି କୁହାଯାଉଛି । ସେ ବିଭିନ୍ନ ଗୁମ୍ପାକୁ ଯାଇ ବାଦୁଡିଙ୍କ ଉପରେ ଗବେଷଣା କରୁଥିବା ପ୍ରମାଣ ହସ୍ତଗି ହୋଇଛି । ଏବେ ଉହାନ ଏବଂ ÷ଅନ୍ୟ ବିବାଦୀୟ ଲ୍ୟାବଗୁଡିକ ଚୀନ ସେନାଙ୍କ ସୁରକ୍ଷା ଭିତରେ ରହିଛି ।
BREAKING NEWS
- ଘରର ଏହି ନିର୍ଦ୍ଦିଷ୍ଟ କୋଣରେ ଯୋତା ରଖୁଛନ୍ତି କି? ସାବଧାନ! ଏମିତି ଭୁଲ୍ ଆଣିପାରେ କାଙ୍ଗାଳପଣ ଓ ଅଶାନ୍ତି
- ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ପାଇଁ ଦର୍ଶନ ବନ୍ଦ
- ଭୟଙ୍କର ଭୂମିକମ୍ପ; ସୁନାମି ଆଶଙ୍କା ମଧ୍ୟରେ ବିପଦରେ ଭେନେଜୁଏଲା
- ରାତି ଅଧିଆ ଯୋଗାଯୋଗ ଏବଂ ଦଳ ଡିଆଁ ଅଭିଯାନ; ବିଜେପି ଶିବିରର ସାଂଘାତିକ ଦାବି ପରେ ସରଗରମ ରାଜନୀତି!
- ନବୀନଙ୍କ ବଡ଼ ଗୋଟି ଚାଳନା; ରାତି ଅଧିଆ ଆଲୋଚନା ପରେ ଆଜି ଆନୁଷ୍ଠାନିକ ଭାବେ ବଦଳିବ ବିଜେଡିର ଗଣିତ!
- ମୌସୁମୀ ସକ୍ରିୟ: ୨୦ ଜିଲ୍ଲାରେ ଝଡ଼ବର୍ଷା, ଘଡଘଡି ସହ ପ୍ରବଳ ବର୍ଷାର ଆଶଙ୍କା
- ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ପୁଅ ମୃତ, ବାପା-ମାଆ ଗୁରୁତର
- ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରାରେ ଦିନରାତି ଚାଲିବ ବସ୍, ଟୋଲ୍ ଫି ଆଦାୟ ମନା
- ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ଏସଜେଏଫଆଇ ମେଡାଲ
- ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ପ୍ରଥମ ପୋଷ୍ଟର ରିଲିଜ୍

Comments are closed.