Latest Odisha News

ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଶହୀଦ କହିଲେ ହରଭଜନ, ପରେ କ୍ଷମା ମାଗିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ବିବାଦୀୟ ପୋଷ୍ଟ କରି ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂ ଭିନ୍ଦ୍ରେନୱାଲେଙ୍କୁ ସେ ଶହୀଦ ସମ୍ବୋନ୍ଧିତ କରିଛନ୍ତି । ଯାହାକୁ ନେଇ ସୋସିଆଲ ସାଇଟରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି । ଅପେରେଶନ ବ୍ଲୁଷ୍ଟାରର ୩୭ ବର୍ଷ ପୂର୍ତି ଅବସରରେ ହରଭଜନ ଇନଷ୍ଟାଗ୍ରାମରେ ଲେଖିଥିଲେ ଶହୀଦମାନଙ୍କୁ ସଲାମ । ଶ୍ରୀ ହରମନମନ୍ଦିର ସାହିବ ମଧ୍ୟରେ ହୋଇଥିବା ଅପେରେଶନରେ ସମସ୍ତ ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ।

ହରଭଜନ କାହାର ନାଁ ନ ନେଇଥିଲେ ମଧ୍ୟ ଜର୍ଣ୍ଣାଇଲ ଫଟୋ ଏଥିରୁ ଥିବାରୁ ଏହି ବିବାଦ ସୃଷ୍ଟି ହୋଇଥିଲା । ପରେ ସେ ନିଜ ଭୁଲ ବୁଝି ପାରି କ୍ଷମା ମାଗିଥିଲେ । ସେ ଲେଖିଥିଲେ ଜଣଙ୍କ ମେସେଜ ମୁଁ ଭଲ ଭାବେ ନ ପଢ଼ି ଫରୱାର୍ଡ କରି ଦେଇଥିଲି । ମୁଁ ଜଣେ ଶିଖ, ସର୍ବଦା ଭାରତ ପାଇଁ ଲଢ଼ିିବି । ସବୁ ଭାରତ ବିରୋଧୀ ମୋ ଶତ୍ରୁ ବୋଲି ସେ ଲେଖିଛନ୍ତି ।

Comments are closed.