Latest Odisha News

BREAKING NEWS

ଟିଭି ଡିବେଟରେ ପିଟାପିଟି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିଭି ଡିବେଟର୍ ହାତାହାତି । ଦୁଇ ଅତିଥିଙ୍କ ଭିତରେ ପିଟାପିଟି । ଜଣଙ୍କୁ ଆଉ ଜଣେ ମାରିଛନ୍ତି ଶକ୍ତ ଚାପୁଡ଼ା । ପାକିସ୍ତାନର ଟିଭି ସୋରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପୂର୍ବତନ ସହଯୋଗୀ ଆସିମ୍ ଆଓ୍ୱାନ୍ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସଦସ୍ୟ ତଥା ସାସଂଦ କାଦିର ମଣ୍ଡୋଖେଲଙ୍କୁ ଶକ୍ତ ଚାପୁଡ଼ା ମାରୁଛନ୍ତି । ଡିବେଟ୍ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଥିଲା ।

ଆସିକ୍ ଆଓ୍ୱାନ ଏବେ ପାକିସ୍ତାନର ପଞ୍ଜାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହଯୋଗୀ ଅଛନ୍ତି । ସେ ଟିଭି ପ୍ରୋଗ୍ରାମରେ କୌଣସି କାରଣକୁ ନେଇ ପିପିସି ସଦସ୍ୟଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଆସିକ ଆଓ୍ୱାନ କାଦିର ମଣ୍ଡୋଖେଲଙ୍କୁ ଚାପୁଡ଼ା ମାରିଥିଲେ । ଉପସ୍ଥାପକଙ୍କ ଉପସ୍ଥିତିରେ ପରେ ଦୁହେଁ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଦୁହିଁଙ୍କ ଭିତରେ ମାରପିଟର ଘଟଣା ଟେଲିକାଣ୍ଟ ହୋଇ ନାହିଁ । ବୋଧ ହୁଏ ବ୍ରକେ ଟାଇମରେ ଦୁହିଁଙ୍କ ଭିତରେ ଝଗଡ଼ ଉଗ୍ର ରୂପ ନେିଥିଲା । କେବଳ କ୍ୟାମେରାରେ ଦୃଶ୍ୟ କଏଦ ହୋଇଛି । ପରେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଆସିକ୍ ଆଓ୍ୱାନ କହିଛନ୍ତି, ସେ କାଦିର ମଣ୍ଡୋଖଲଙ୍କ ବିରୋଧରେ ମାମଲା ଦାୟର କରିବେ । କାରଣ ସେ ତାଙ୍କୁ ଧମକାଇବା ସହ ତାଙ୍କ ବାପାଙ୍କୁ ଅପମାନିତ କଲା ଭଳି କଥା କହିଛନ୍ତି । ଏଥିପାଇଁ ଚାପୁଡ଼ା ମାରି ଠିକ୍ କରିଛନ୍ତି ବୋଲି କହିଛନ୍ତି ଆକିସ୍ ଆଓ୍ୱାନ ।

Leave A Reply

Your email address will not be published.