Latest Odisha News

BREAKING NEWS

ଚାଲିଥିଲା ବଜ୍ରକାପ୍ତା କାତି ପାଇଁ ମୂଲଚାଲ୍‌, ମାଡିବସିଲା ବନ ବିଭାଗ

ବାରିପଦା: ଲକ୍‌ଡାଉନ୍‌ରେ ଥମିନି ଚୋରା ବେପାର । ମଦ ଓ ବ୍ରାଉନ୍ ସୁଗାର କାରବାର ଭଳି ଅବାଧରେ ଚାଲିଛି ବନ୍ୟଜନ୍ତୁୁଙ୍କ ଶିକାର । ଆଜି ନିଷିଦ୍ଧ ବଜ୍ରକାପ୍ତା କାତିକୁ ବେଆଇନ ଭାବେ କ୍ରୟ କରୁଥିବାବେଳେ ମୟୁରଭଂଜର ବାଲିଚୁଆ ଗାଁରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ କପ୍ତିପଦା ବ୍ଲକର ବାଲିଚୁଆ ଗାଁରେ ସୁରିନ୍ ପୂର୍ତ୍ତି ନାମକ ଜଣେ ବ୍ୟକ୍ତି ବଜ୍ରକାପ୍ତା କାତି କିଣିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ହାତରେ ଧରାପଡିଛି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆଜି ସକାଳ ୭ଟା ସମୟରେ କପ୍ତିିପଦା ଓ ସାରିସୁଆ ସେକ୍ସନ୍ ବନବିଭାଗ ମିଳିତ ଭାବେ ଚଢାଉ କରିଥିଲେ । ତେବେ ଚୋରା ବେପାରୀଙ୍କ ସହ ବଜ୍ରକାପ୍ତା କାତି କିଣିବାକୁ ମୂଲଚାଲ କରୁଥିବା ସମୟରେ ସୁରିନ୍‌କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ସୁରିନ୍‌କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲାବେଳେ ବଜ୍ରକାପ୍ତା କାତି ଚୋରା ଚାଲାଣ ରାକେଟରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ତଦନ୍ତ ଚଳାଇଛି ।

Leave A Reply

Your email address will not be published.