ନୂଆଦିଲ୍ଲୀ: ତୁଳସୀ ଦୁଇ ପତ୍ରରୁ ବସେ । ତାହା ପ୍ରମାଣ କରିଛନ୍ତି ଲାଙ୍କଶାୟାରର ୫ ବର୍ଷୀୟ କୁନି ପାହାଡ ଚଢ଼ାଳୀ କ୍ୟାକସନ କ୍ରିଜିସେକ୍ । ସେ ମାତ୍ର ୧୨ ଘଂଟାରେ ୩ ପାହାଡ ଚଢ଼ି ସେ ବିଶ୍ୱର କମ ବୟସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୩ ପାହାଡର ଉଚ୍ଚତା ୭୦୦୦ ଫୁଟ ହେବ । ଜ୍ୟାକସନ ପ୍ରଥମେ ୱେର୍ନସାଥଇଡ ପାହଡ ଉପରେ ଚଢ଼ିଥିଲେ, ଯାହାର ଉଚ୍ଚତା ୨୪୧୫ ଫୁଟ । ଏହା ପରେ ଇଙ୍ଗଲବୋରା (୨୩୭୨ ଫୁଟ) ଓ ପେନ ୱାଇ ଗେଂଟ (୨୨୭୭) ପାହାଡ ସେ ଚଢ଼ିଥିଲେ ।
୨ ବର୍ଷ ତଳେ ସେ ବ୍ରିଟେନରେ ୩ଟି ଉଚ୍ଚ ପାହାଡର ଚଢ଼ି ରେକର୍ଡ କରିଥିଲେ । ସେ ତାଙ୍କ ପ୍ରିୟ ସାଙ୍ଗକୁ ଏହା ଉତ୍ସର୍ଗ କରିଥିଲେ । ଯିଏକି ମାନସିକ ବିକାରଗ୍ରସ୍ତ ରହିବା ପରେ ମୃତ୍ୟୁବରଣ କରିଥିଲେ । ଜ୍ୟାକସନଙ୍କ ସଫଳତା ଇଂଲଣ୍ଡର ଅନେକ ଛୋଟ ପିଲାଙ୍କୁ ପ୍ରେରଣା ଯୋଗାଇବ ବୋଲି ତାଙ୍କ ବାପା କହିଛନ୍ତି ।
Comments are closed.