Latest Odisha News

ଓଏସଏମସିଏଲକୁ ୧୦୦ ଅକ୍ସିଜେନ କନସେଣ୍ଟ୍ରେଟର ଦେଲା MGM ଗ୍ରୀନ୍ ଏନର୍ଜି

ଭୁବନେଶ୍ୱର: MGM ଗ୍ରୀନ୍ ଏନର୍ଜି ଲିମିଟେଡ୍ ନିଜର ଜନ ସ୍ବାର୍ଥ ଅଭିଯାନ ଅଧିନରେ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସଏମସିଏଲ) କୁ ୧୦୦ଟି ଅକ୍ସିଜେନ କନସେଣ୍ଟ୍ରେଟର ପ୍ରଦାନ କରିଛି।

ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏବଂ MD OSMCL ୟାମିନୀ ସାରଙ୍ଗୀ ଉପସ୍ଥିତ ଥିଲେ।

୨୦୨୦ ମସିହାରେ ଜନ ସ୍ବାର୍ଥ ଅଭିଯାନରେ ୧୦,୦୦୦ ରୁ ଅଧିକ ଲୋକଙ୍କୁ କୋଭିଡ ସୁରକ୍ଷା କିଟ୍ ବଣ୍ଟନ କରିଥିଲେ। ଏହାବ୍ୟତୀତ ଜନ ପୋଷଣ କାର୍ଯ୍ୟକ୍ରମ ଅଧୀନରେ ଏମଜିଏମ୍ ପକ୍ଷରୁ ୭,୦୦୦ ରୁ ଅଧିକ ଅଭାବୀ ପରିବାରକୁ ମାଗଣା ରାସନ ବଣ୍ଟନ କରାଯାଇଥିଲା।

MGM ଗ୍ରୀନ୍ ଏନର୍ଜି ଲିମିଟେଡର ପ୍ରମୋଟର ତଥା ସିଇଓ ତନୁଜ ମହାନ୍ତି କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଏକ ଅକ୍ସିଜେନ କନସେଣ୍ଟ୍ରେଟର ପ୍ରଦାନ କରି ଆମେ ଓଡିଶାର ଲୋକଙ୍କ ପାଇଁ ସେବା ଜାରି ରଖିବ।

Comments are closed.