ପ୍ୟାରିସ: ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକଭିଚ ଫ୍ରେଂଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହସଲ କରି ନେଇଛନ୍ତି । ଫାଇନାଲରେ ସେ ଗ୍ରୀସର ୨୨ ବର୍ଷୀୟ ଷ୍ଟିଫାନେସ ସିତାସିପାସଙ୍କୁ ୬-୭, ୨-୬, ୬-୩, ୬-୨, ୬-୪ ସେଟରେ ପରାସ୍ତ କରିଥିଲେ । କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ପାଇଁ ଜୋକୋଭିଚଙ୍କୁ ୪ଘଂଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା ।
୩୪ ବର୍ଷୀୟ ସର୍ବିୟା ଷ୍ଟାର ତୃତୀୟ ଖେଳାଳି ଭାବେ ଟେନିସ ଇତିହାସରେ ୨ଥର ସମସ୍ତ ୪ ଗ୍ରାଣ୍ଡସ୍ଲାମ ଜିତିବା ଖେଳାଳି ପାଲଟିଛନ୍ତି । ରୟ ଇମରସନ ଓ ରଡ ଲେଭରଙ୍କ ନାମରେ ଏହି ରେକର୍ଡ ରହିଥିଲା । ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବା ରେକର୍ଡ ଏବେ ରୋଜର ଫେଡେରର (୨୦) ଏବଂ ରାଫେଲ ନାଡାଲ (୨୦)ଙ୍କ ନାମରେ ରହିଛି ।
Comments are closed.