ବୁଡାପେଷ୍ଟ: ଆଧୁନିକ ଫୁଟବଲର ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଚଳିତ ୟୁରୋକପରେ ଗୋଟିଏ ମ୍ୟାଚରେ ୬ଟି ରେକର୍ଡ ସୃଷ୍ଟି କରିଛନ୍ତି । ହଙ୍ଗେରୀ ବିପକ୍ଷ ମ୍ୟାଚରେ ରୋନାଲ୍ଡୋଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପର୍ତୁଗାଲ ୩-୦ରେ ବିଜୟ ଅଭିଯାନ ଆରମ୍ଭ କରିଛି । ଆସନ୍ତୁ ଜାଣିବା ସେ କେଉଁ କେଉଁ ରେକର୍ଡ କରିଛନ୍ତି ।
୧. ୟୁରୋକପର ୫ ଟୁର୍ଣ୍ଣାମେଂଟରେ ଗୋଲ : ରୋନାଲ୍ଡୋ ଲଗାତାର ୫ ୟୁରୋ କପରେ ଗୋଲ କରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି । ୨୦୦୪, ୨୦୦୮, ୨୦୧୨ ଓ ୨୦୧୬ରେ ମଧ୍ୟ ସେ ଗୋଲ କରିଥିଲେ ।
୨.ୟୁରୋକପରେ ସର୍ବାଧିକ ଗୋଲ: ୟୁରୋକପରେ ରୋନାଲ୍ଡୋ ସର୍ବାଧିକ ଗୋଲ ସ୍କୋର କରିଛନ୍ତି । ସେ ୫ ୟୁରୋକପର ୨୨ ମ୍ୟାଚରେ ୧୧ ଗୋଲ କରିଛନ୍ତି । ସେ ଫ୍ରାନ୍ସର ମାଇକେଲ ପ୍ଲାଟିନଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୩. ବୟସ୍କ ଖେଳାଳି ଭାବେ ୨ରୁ ଅଧିକ ଗୋଲ: ୟୁରୋ କପରେ ୨ରୁ ଅଧିକ ଗୋଲ ସ୍କୋର କରିବାରେ ରୋନାଲ୍ଡୋ (୩୬ ବର୍ଷ ୧୩୦ ଦିନ) ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ୟୁକ୍ରେନର ଆନ୍ଦ୍ରେ ଶ୍ୱେଚଙ୍କୋ (୩୫ ବର୍ଷ ୨୫୬ ଦିନ)ଙ୍କ ନାମରେ ଏହି ରେକର୍ଡ ଥିଲା ।
୪.ବଡ ଟୁର୍ଣ୍ଣାମେଂଟରେ ସର୍ବାଧିକ ମ୍ୟାଚ: ଆନ୍ତର୍ଜାତୀୟସ୍ତରର ପ୍ରତିଷ୍ଠିତ ବଡ ଟୁର୍ଣ୍ଣାମେଂଟରେ ସେ ସର୍ବାଧିକ ୩୯ ମ୍ୟାଚ ଖେଳିଛନ୍ତି । ଜର୍ମାନୀର ବାଷ୍ଟିଆନ ଶ୍ୱେନଷ୍ଟିଗର ୩୮ ମ୍ୟାଚ ଖେଳିଥିଲେ ।
୫. ପ୍ରଥମ ଖେଳାଳି ଭାବେ ୫ ୟୁରୋ କପ ଖେଳିଲେ: ରୋନାଲ୍ଡୋ ୫ ୟୁରୋ କପ ଖେଳିବା ଗୌରବ ଅର୍ଜନ କରିଛନ୍ତି ୧୭ ଖେଳାଳି ୟୁରୋକପରେ ୪ଥର ଖେଳିଛନ୍ତି ।
୬.ପର୍ତୁଗାଲ ପକ୍ଷରୁ ସମସ୍ତ ଆନ୍ତର୍ଜାତୀୟ ମ୍ୟାଚରେ ଗୋଲ: ପର୍ତୁଗାଲ ପକ୍ଷରୁ ପ୍ରତିନିଧିତ୍ୱ କରି ସମସ୍ତ ଆନ୍ତର୍ଜାତୀୟ ମୁକାବିଲାରେ ଗୋଲ କରିବା କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୦୪ ୟୁରୋ କପରୁ ସେ ୧୧ ବଡ ଟୁର୍ଣ୍ଣାମେଂଟରେ ଗୋଲ କରିଛନ୍ତି ।
BREAKING NEWS
- ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ
- ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ସମସ୍ତ ଏଫଆଇଆର ଖାରଜ, ସେପ୍ଟେମ୍ବର ୫ ଆନ୍ଦୋଳନରୁ ଓହରିଲା ସିଜେପି
- SCO photo: ମଞ୍ଚରେ ମୋଦି-ଜିନପିଙ୍ଗଙ୍କ ଚିଟଚାଟ୍, ପୁଟିନଙ୍କ ପଛେ ପଛେ ଧାଇଁଲେ ଶରିଫ… SCO ଫଟୋ ଅପ୍ ପରେ ଭାଇରାଲ୍ ହେଲା ଭିଡିଓ
- ଚିନି ଡିଲରଙ୍କ ପାଇଁ ନୂଆ କଟକଣା: ସେପ୍ଟେମ୍ବର ୧୫ରୁ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଷ୍ଟକ୍ ରଖିବା ଉପରେ ବାରଣ
- SC Cancels FIRs: ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ରୁଜୁ FIR ରଦ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- ପୋଲିସ ଏସଆଇ ପରୀକ୍ଷା ସ୍କାମ୍: ସିବିଆଇ ରାଡାରରେ ଜେଲ୍ ଡିଜି ସୁଶାନ୍ତ ନାଥ, ଜେରା ପାଇଁ ରାଜ୍ୟ ସରକାରଙ୍କୁ ମାଗିଲା ଅନୁମତି
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା
- ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା
- ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ: ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
- ନେପାଳର ଭୟଙ୍କର ବନ୍ୟା; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ

Comments are closed.