Latest Odisha News

BREAKING NEWS

ମାନବିକତା ପାଇଁ ବଂଚିଲା ମୟୂର ଜୀବନ

ବୌଦ୍ଧ: ଆଜି ବି ବଂଚିଛି ମାନବିକତା । ଏ କଥାକୁ ପ୍ରମାଣିତ କରିଛନ୍ତି ବୌଦ୍ଧ ଜିଲ୍ଲା ପୋଡାପଦର ଗାଁର ଲୋକେ । ବିଲରେ ଅସହାୟ ଅବସ୍ଥାରେ ପଡିଥିବା ଏକ ମୟୂରକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ପୋଡାପଦର ଗାଁ ବାସିନ୍ଦା ।

ଆଜି ସକାଳୁ ଉମା ଚୌହାନ ନାମକ ଜଣେ ମହିଳା କିଛି କାମ ପାଇଁ ବିଲକୁ ଯାଇଥିବାବେଳେ ଅସହାୟ ଅବସ୍ଥାରେ ପଡିଥିବା ଏକ ମୟୂରକୁ ଦେଖିବାକୁ ପାଇଥିଲେ । ଏ ନେଇ ଉମା ଗାଁ ଲୋକଙ୍କୁ ଖବର ଦେଇଥିଲେ । ମୟୂର ବିଷୟରେ ଖବର ପାଇ ଧାଇଁ ଆସିଥିଲେ ଘଣ୍ଟେଶ୍ୱର ନାଏକ, ବଳରାମ ସାହୁ, କୃଷ୍ଣ ଚୌହାନ, ରବିନ୍ଦ୍ର ନାଏକ ଓ ପ୍ରଶାନ୍ତ ନାଏକ । ବିଲରୁ ମୟୂରଟିକୁ ଉଦ୍ଧାର କରି ଘରକୁ ଆଣିବା ପରେ ବନବିଭାଗକୁ ଗାଁ ଲୋକେ ଖବର ଦେଇଥିଲେ ।

ଗାଁ ଲୋକଙ୍କଠାରୁ ସୂଚନା ପାଇ କଣ୍ଟାମାଳ ରେଂଜ ଅଧିକାରୀଙ୍କ ନିର୍ଦ୍ଦେଶରେ ବନବିଭାଗର କର୍ମଚାରୀ ପୋଡାପଦରକୁ ଆସି ମୟୂରଟିକୁ ନେଇଯାଇଥିଲେ । ବନରକ୍ଷୀଙ୍କ ଅନୁଯାୟୀ ମୟୂରଟି ସୁନାଦେଇ ପାହାଡରୁ ଆସିଥିବା ଅନୁମାନ କରାଯାଉଛି । ତେବେ ମୟୂରଟି ଅତ୍ୟଧିକ ଦୁର୍ବଳ ଥିବାରୁ ଚିକିତ୍ସା ପରେ ସଂରକ୍ଷିତ ଜଙ୍ଗଲ କିମ୍ବା ନନ୍ଦନ କାନନକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି କଣ୍ଟାମାଳ ରେଂଜର କ୍ଷୀରାବ୍ଧି ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.