Latest Odisha News

BREAKING NEWS

ମୁନିଗୁଡାରେ ବିପୁଳ ପରିମାଣର ଗଂଜେଇ ଜବତ

ରାୟଗଡା: ଗଂଜେଇ ବେପରୀଙ୍କ ଏନ୍ତୁଡିଶାଳ ପାଲଟିଛି ମୁନିଗୁଡା । ପ୍ରତିଦିନ ଧରାପଡୁଛି ବିପୁଳ ପରିମାଣର ଗଂଜେଇ । ଗତକାଲି ମୁନିଗୁଡା ପୋଲିସ ଏକ ଟ୍ରକରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଂଜେଇ ଜବତ କରିଥିଲା ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ରାତିରେ ମୁନିଗୁଡା ଏସ୍‌ଡିପିଓ ଆକାଶ ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପୋଲିସ ଟିମ୍ ନେଇ ତେଲେଙ୍ଗାପଦର ଗାଁରେ ପହଂଚିଥିଲେ । ଖବର ମିଳିଥିଲା ନମ୍ବର ବିଶିଷ୍ଟ ଏକ ଟ୍ରକରେ ଗଂଜେଇ ଚାଲାଣ ହେଉଛି । ତେବେ ରାସ୍ତାକଡରେ ଟ୍ରକଟି ଛିଡା ହୋଇଥିବାବେଳେ ପୋଲିସ ଟିମ୍ ଯାଂଚ କରିବାକୁ ନିକଟକୁ ଯାଇଥିଲା । ହେଲେ ପୋଲିସକୁ ଦେଖି ସେହି ସମୟରେ ଟ୍ରକ ଚାଳକ ଚମ୍ପଟ୍ ମାରିଥିଲା ।

ପରେ ଟ୍ରକରେ ଖାନ୍ ତଲାସୀ କରିବା ପରେ ସେଥିରୁ ୪ କୁଇଣ୍ଟାଲ ୪୦ କି.ଗ୍ରା ଗଂଜେଇ ମିଳିଥିଲା । ଘଟଣାସ୍ଥଳରୁ ଗଂଜେଇ ଜବତ କରିବା ସହ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ମାମଲାରେ କାହାକୁ ଗିରଫ କରାଯାଇନଥିବା ସୂଚନା ରହିଛି ।

Leave A Reply

Your email address will not be published.