ମାଡ୍ରିଡ:ସ୍ପେନର ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲ ଆଘାତ ସମସ୍ୟା ଯୋଗୁ ଆଗାମୀ ଟୋକିଓ ଅଲିମ୍ପିକ୍ସ ଓ ୱିମ୍ବେଲଡନରୁ ଓହରି ଯାଇଛନ୍ତି । ଏହି ନିଷ୍ପତି ନେବା ମୋ ପକ୍ଷେ ଏତେଟା ସହଜ ନ ଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶକ୍ରମେ ବାଧ୍ୟ ହେଉଛି ବୋଲି କହିଛନ୍ତି ୨୦ ଥର ଗ୍ରାଣ୍ଡସ୍ଲାମ ଜିତିଥିବା ଏହି ଖେଳାଳି । ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟ ସେମିଫାଇନାଲରେ ସେ ସର୍ବିୟାର ନୋଭାକ ଜୋକୋଭିଚଙ୍କ ନିକଟରୁ ୩-୬, ୬-୩, ୭-୬ ଓ ୬-୨ ସେଟରେ ପରାଜିତ ହୋଇଥିଲେ ।
ସୂଚନାଯୋଗ୍ୟ, ୱିମ୍ବେଲଡନ ଟେନିସ ୨୮ଜୁନରୁ ଏବଂ ଅଲିମ୍ପିକ୍ସ ୨୩ ଜୁଲାଇରୁ ଆରମ୍ଭ ହେବ । କ୍ୟାରିୟରକୁ ଲମ୍ବା ରଖିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଷ୍ଟାର ଖେଳାଳିଜଣକ କହିଛନ୍ତି ।
Comments are closed.