Latest Odisha News

BREAKING NEWS

ମହିଳାଙ୍କ ପୋଷାକ ପାଇଁ ଦେଶରେ ବଢୁଛି ଦୁଷ୍କର୍ମ ସଂଖ୍ୟା; ପିଏମ୍‌ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପଛର କାରଣ ହେଉଛି ମହିଳାଙ୍କ ପୋଷାକ। ମହିଳାମାନେ ପିନ୍ଧୁଥିବା ପୋଷାକ ଯୋଗୁ ଦେଶରେ ବଢୁଛି ଦୁଷ୍କର୍ମ ସଂଖ୍ୟା।

ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ, “ଯଦି ଜଣେ ମହିଳା ବହୁତ ଛୋଟ ପୋଷାକ ପିନ୍ଧନ୍ତି, ତେବେ ଏହା ପୁରୁଷଙ୍କ ଉପରେ ପ୍ରଭାବ ପକାଇବ। ଯଦି ସେମାନେ ରୋବଟ୍ ହୋଇଥିବେ ତେବେ ତାହା ଅଲଗା କଥା।” ମହିଳାମାନେ ନିଜ ପୋଷାକ ପିନ୍ଧିବା ଊପରେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ପିଏମ୍‌ ଇମ୍ରାନ ଖାନ।

ଇମ୍ରାନ ଖାନଙ୍କ ଏଭଳି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ତାଙ୍କୁ ତୀବ୍ର ସମାଲୋଚନା କରାଯିବା ସହ ଇମ୍ରାନ ଖାନଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଅସନ୍ତୋଷର କାରଣ ହୋଇଛି।

Comments are closed.