ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତ କରିବେ।
ଏସମ୍ପର୍କରେ ଲୋକସଭାର ଜେଡି (ୟୁ) ସଂସଦୀୟ ଦଳର ନେତା ତଥା ମୁଙ୍ଗେର ସାଂସଦ ଲଲନ ସିଂ କହିଛନ୍ତି ଯେ ନୀତୀଶ କୁମାରଙ୍କ ଏହି ପ୍ରସ୍ତାବିତ ଦିଲ୍ଲୀ ଗସ୍ତର କ୍ୟାବିନେଟ ବିସ୍ତାର ସହିତ କୌଣସି ସମ୍ପର୍କ ନାହିଁ।
ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ଲଲନ ସିଂ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ଚିକିତ୍ସା ପାଇଁ ଦିଲ୍ଲୀ ଯାଉଛନ୍ତି। ତାଙ୍କର ଏହି ଗସ୍ତ କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ସହିତ କୌଣସି ସମ୍ପର୍କ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ୟାବିନେଟ ସମ୍ପ୍ରସାରଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ଅଧିକାର, ସେ କାହାକୁ ସାମିଲ କରିବେ ତାହା ମଧ୍ୟ ତାଙ୍କର ଅଧିକାର ଏବଂ ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ।
ସେହିପରି ଜେଡିୟୁ ରାଷ୍ଟ୍ରୀୟ ସଭାପତି ତଥା ରାଜ୍ୟସଭା ସାଂସଦ ଆରସିପି ସିଂ କହିଛନ୍ତି ଯେ ଯେତେବେଳେ କେନ୍ଦ୍ର କ୍ୟାବିନେଟ୍ ବିସ୍ତାର ହେବ, ଜେଡିୟୁ ଏଥିରେ ଯୋଗଦେବେ। କିଏ ମନ୍ତ୍ରୀ ହେବେ ତାହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ମନ୍ତ୍ରୀମଣ୍ଡଳରେ ସାମିଲ ନେଇ କିଛି ମତଭେଦ ନାହିଁ। ସମୟ ଆସିଲେ ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.