Latest Odisha News

ପିଲାମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ବତୀୟ ତରଙ୍ଗ ହ୍ରାସ ନହେଉଣୁ ତୃତୀୟ ତରଙ୍ଗ ଚିନ୍ତା ବଢାଇଲାଣି। ଏହାଠୁ ଅଧିକ ଚିନ୍ତାର କାରଣ ପାଲଟିଛି ଶିଶୁମାନେ। କାରଣ ସୂଚନା ଅନୁଯାୟୀ କରୋନା ତୃତୀୟ ଲହର ଅଧିକ ଶିଶୁମାନଙ୍କୁ ପ୍ରଭାବିତ କରିପାରେ।

ତେବେ ଏହା ଭିତରେ ଏକ ଆଶ୍ବସ୍ତିକର କବର ମିଳିଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ ମିଳିମିଳା ଟିକା ପିଲାମାନଙ୍କ ଲାଗି ସୁରକ୍ଷା କବଚ ସାଜିପାରେ। ଅର୍ଥାତ୍‌ ପିଲାମାନଙ୍କୁ ମିଳିମିଳା ଟିକା ଦେଲେ ସେମାନଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥାଏ।

ପୁଣେର ବିଜେ ମେଡିକାଲ କଲେଜ ଦ୍ବାରା କରାଯାଇଥିବା ଅଧ୍ୟୟନରେ ଏହା ଦର୍ଶାଯାଇଛି ଯେ କରୋନା ଭୂତାଣୁ  ବିରୁଦ୍ଧରେ ମିଳିମିଳା ଟିକା ୮୭.୫ ପ୍ରତିଶତ ପ୍ରଭାବଶାଳୀ।

ଏହାଛଡା ମିଳିମିଳା ଟିକା ପିଲାମାନଙ୍କରେ ଭୂତାଣୁ ସଂକ୍ରମଣରୁ ଦୀର୍ଘକାଳୀନ ସୁରକ୍ଷା ଦେଇପାରେ। ତେବେ ଏହି ତଥ୍ୟକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି ଗବେଷକ।

Comments are closed.