Latest Odisha News

BREAKING NEWS

ପୁଣି ଜବତ ହେଲା ବ୍ରାଉନସୁଗାର

ଭଦ୍ରକ :ପୁଣି ଜବତ ହେଲା ବ୍ରାଉନସୁଗାର । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ରାସ୍ତାରେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ । ଭଦ୍ରକ ଟାଉନ ପୋଲିସ ଖବର ପାଇଁ ମୋଟେଲ ଛକ ନିକଟରେ ବାଇକ ଅଟକାଇ ଚେକିଂ କରିଥିଲା ।

ଚେକିଂ ସମୟରେ ଉଭୟଙ୍କ ନିକଟରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ସେମାନଙ୍କୁ ପଚରାଉଚରା ବେଳେ ସେମାନେ ଜଳେଶ୍ବରରୁ ବ୍ରାଉନସୁଗାର ଆଣୁଥିବା ପୋଲିସକୁ କହିଛନ୍ତି । ତେବେ ସେମାନଙ୍କ ନିକଟରୁ ୨ଟି ମୋବାଇଲ ସହ ବାଇକ ମଧ୍ୟ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧୦ ଲକ୍ଷ ରୁ ୧୫ଲକ୍ଷ ଟଙ୍କା ହେବ ବୋଲି ଭଦ୍ରକ ଏସଡ଼ିପିଓ ଜଣାଇଛନ୍ତି ।।

Leave A Reply

Your email address will not be published.