Latest Odisha News

BREAKING NEWS

ଟିକା ନନେଲେ ଦେଶ ଛାଡି ଭାରତ ପଳାଅ

ଫିଲିପାଇନ୍ସ: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଟିକା ନେବାକୁ ଚାହୁଁନଥିବା ଲୋକଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଛନ୍ତି। ଏହାସହ ଯେଉଁମାନେ ଟିକା ନେବାକୁ ଇଚ୍ଛୁକ ନାହାନ୍ତି ସେମାନେ ଦେଶ ଛାଡି ଭାରତ କିମ୍ବା ଆମେରିକା ପଳାଇବାକୁ କହିଛନ୍ତି।

ଫିଲିପାଇନ୍ସ ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ରହିଛି।

ରାଷ୍ଟ୍ରକୁ ସମ୍ବୋଧିତ କରିବାବେଳେ ରୋଡ୍ରିଗୋ ଡୁଟେର୍ଟ ଏ କଥା କହିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି। ଯଦି ତୁମେ ଟୀକାକରଣ କରିବାକୁ ଚାହୁଁନାହଁ, ମୁଁ ତୁମକୁ ଗିରଫ କରିବି। ଆମେ ପୂର୍ବରୁ ଯନ୍ତ୍ରଣା ଭୋଗୁଛୁ ଏବଂ ଆପଣ ଏଥିରେ ଆହୁରି ବୋଝ ହେଉଛନ୍ତି।” ଯଦି ଟିକା ନେବାକୁ ନ ଚାହାନ୍ତି ତେବେ ଦେଶ ଛାଡି ଭାରତ କିମ୍ବା ଆମେରିକା ପଳାଅ।

Comments are closed.