Latest Odisha News

BREAKING NEWS

ଦେଶରେ ୫୧,୬୬୭ ଜଣ ନୂଆ ପଜିଟିଭ ; ୧୩୨୯ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ଆରୋଗ୍ୟ ଲାଗ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩ କୋଟି ୦୧ଲକ୍ଷ ୩୪ ହଜାର ୪୪୫ ରହିଥିବା ବେଳେ ୬,୧୨, ୮୬୮ଟି ରହିଛି ଆକ୍ଟିଭ୍‌ କେସ୍‌।

ଦିନକରେ ୧୩୨୯ ଜଣ ରୋଗୀ ମୃତ୍ୟୁବରଣ କରିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୯୩,୩୧୦ ରହିଛି।

ମୋଟ ୨,୯୧,୨୮,୨୬୭ ଜଣ କରୋନାରୁ ସୁସ୍ଥ ହେଇଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ ୩୦,୭୯,୪୮,୭୪୪ ଜଣ ଲୋକ ଟିକାକରଣ କରିଛନ୍ତି।

Comments are closed.