Latest Odisha News

BREAKING NEWS

ଫୁସଫୁସକୁ ଅଧିକ ସଂକ୍ରମିତ କରୁଛି ଡେଲଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି। ଏନେଇ ନ୍ୟାସନାଲ୍ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ ର ଅଧ୍ୟକ୍ଷ ଡ. ଏନ.କେ ଆରୋରା କହିଛନ୍ତି ଯେ କରୋନାର ବାକି ଭାରିଆଣ୍ଟ ତୁଳନାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଶୀଘ୍ର ଏବଂ ସହଜରେ ଫୁସଫୁସକୁ ଆକ୍ରାନ୍ତ କରୁଛି। କିନ୍ତୁ ଏହାର ଅର୍ଥ ନୁହେଁ ଏହା ଅଧିକ ସଂକ୍ରାମକ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶର ୧୨ ଟି ରାଜ୍ୟରେ ଏଯାଏଁ ୫୧ଟି ଡେଲଟା ପ୍ଲସ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରହିଛି। ଏନଟିଏଜିଆଇର କୋଭିଡ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ଏନ.କେ ଆରୋରା କହିଛନ୍ତି ଯେ ଯଦିଓ ଡେଲଟା ପ୍ଲସ୍ ଭାରିଆଣ୍ଟ ଫୁସଫୁସକୁ କ୍ଷତି ପହଞ୍ଚାଏ, ତେବେ ଏହା କେତେ ମାରାତ୍ମକ ସେନେଇ ସ୍ପଷ୍ଟ ହୋଇନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭାରିଆଣ୍ଟ ବିସ୍ତାରକୁ ରୋକିବାକୁ ଲାଗି ଟୀକାକରଣକୁ ଆହୁରି ଜୋରଦାର କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡେଲଟା ପ୍ଲସ୍ ଭାରିଆଣ୍ଟ ତୃତୀୟ ପ୍ରବାହ ସୃଷ୍ଟି କରିବ, ସେନେଇ ଏବେଠୁ କହିବା ଠିକ୍ ହେବନାହିଁ।

Leave A Reply

Your email address will not be published.