Latest Odisha News

ମହାପ୍ରଭୁଙ୍କ ସେବାରେ କୁନି ଦଇତା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ସବୁବେଳେ ନିଆରା । ଅନନ୍ତ ବ୍ରହ୍ମାଣ୍ଡର ସ୍ରଷ୍ଟାଙ୍କ ସେବାରେ ନିୟୋଜିତ ହେବ ପୁଣି ନିର୍ବୋଧ ଶିଶୁ । ବିଶ୍ୱାସ ନ ହେଲେ ବି ଏହା ସତ.. । କରୋନା ମହାମାରୀ ଯୋଗୁ ପୁରୀର ରଥଯାତ୍ରା କିଛି ମାତ୍ରାରେ ନୀରବି ଯାଇଛି କହିଲେ ଭୁଲ ହେବନି । ତଥାପି ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ ସେବକମାନେ ସୁରୁଖୁରୁରେ କରୁଛନ୍ତି । ଗୁରୁବାର ବାପା ଅମୀର ଦାସ ମହାପାତ୍ରଙ୍କ ସହ ୨୧ ଦିନର ଶ୍ରୀ ଅଙ୍ଗ ଦାସ ମହାପାତ୍ର କାଳିଆ ସେବାରେ ନିୟୋଜିତ ହେଲେ ।

ପାଟବସ୍ତ୍ରରେ ଢ଼ଙ୍କା ହୋଇଥିବା ଶରୀର, ଚନ୍ଦନ ଲେପ ଏବଂ ଜୁଳୁଜୁଳୁ ଆଖିରେ ସେ ଲାଗୁଥିଲେ କୁନି ଗୋପାଳ ପରି । ଠାକୁରଙ୍କୁ ପ୍ରଣାମ କରି ରୂପା ମୁଦ୍ରା ଭେଟି ଦେବା ପରେ ସେବା ଆରମ୍ଭ କରିଛି । ପରମ୍ପରା ଅନୁସାରେ ଫୁଲରୀ ଲାଗି ହେବା ପରେ ପୁତ୍ରକୁ ଯଦି ୨୧ ଦିନ ହୋଇ ଯାଇଥିବ ତାହାହେଲେ ଶିଶୁଟି ଅନବସର ସେବାରେ ଯୋଗ ଦେବେ ବୋଲି ଜେଜେବାପା ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି ।

Comments are closed.