Latest Odisha News

BREAKING NEWS

[ଭିଡିଓ] ବିବାହ ଦିନ ନବବିବାହିତା ଦେଖାଇଲେ ମାର୍ସଲ୍ ଆର୍ଟସ୍ ଷ୍ଟଣ୍ଟ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା କିଛି ସହଜ କଥା ନୁହେଁ । ଏଥିପାଇଁ ଟ୍ୟାଲେଣ୍ଟ କିମ୍ବା ଭାଗ୍ୟର ସାଥ୍ ନିହାତି ଜରୁରୀ । ବେଳେବେଳେ ଅଜାଣତରେ ବି ଅନେକ ଘଟଣା ଓ ବ୍ୟକ୍ତି ଭାଇରାଲ୍ ହୋଇଥାନ୍ତି । ହେଲେ ଏଠି ଆମେ ଜଣେ ନବବିବାହିତାଙ୍କ କଥା ଉଲ୍ଲେଖ କରିଛୁ । ଯିଏ କି ନିଜ ବିବାହ ଦିନ ଷ୍ଟଣ୍ଟ ଦେଖାଇ ଲୋକଲୋଚନକୁ ଆସିଛନ୍ତି ।

ଭିଡିଓଟିକୁ ଦେଖିଲା ପରେ ଆପଣ ସ୍ପଷ୍ଟ ଜାଣିପାରିଥିବେ ଏହି କନ୍ୟା ଜଣକ କାହିଁକି ଭାଇରାଲ୍ ହୋଇଛନ୍ତି । ହେଲେ କନ୍ୟା ଜଣକ ଷ୍ଟଣ୍ଟ ଦେଖାଇବା ପଛରେ ଏକ ଭଲ ଉଦ୍ଦେଶ୍ୟ ରହିଛି । ଭାଇରାଲ୍ ଭିଡିଓରେ ଥିବା ମହିଳା ଜଣକ ହେଉଛନ୍ତି ତାମିଲନାଡୁର ତୁତିକୋରିନ୍ ବାସିନ୍ଦା ପି. ନିଶା । ନିଜ ବିବାହ ଦିନ ହିଁ ସେ ପ୍ରାୟ ୯୦ ମିନିଟ୍ ଧରି ମାର୍ସଲ ଆର୍ଟସ୍ କଳା ପ୍ରଦର୍ଶନ କରିଥିଲେ । ଯାହା ତାଙ୍କ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କୁ ମନୋରଂଜନର ଖୋରାକ ଯୋଗାଇଥିଲା ।

ନାରୀ ଜାତି କିଭଳି ଆତ୍ମରକ୍ଷା କରିପାରିବେ, ସେ ନେଇ ସଚେତନ କରିବା ପାଇଁ ନିଶା ଶାଢୀ ପିନ୍ଧି ହାତରେ ନମନୀୟ ଖଣ୍ଡା (ସୁରୁଲ୍ ଭାଲ୍‌) ଧରି ଷ୍ଟଣ୍ଟ ଦେଖାଇଥିଲେ । ତେବେ ମେକ୍‌ଅପ୍ ଓ ଶାଢୀ ପିନ୍ଧି ଷ୍ଟଣ୍ଟ ଦେଖାଇବା ନିଶାଙ୍କ ପକ୍ଷେ ଏତେଟା ସହଜ ନଥିଲା । ୩ ବର୍ଷ ଧରି ମାର୍ସଲ୍ ଆର୍ଟସ୍ ଶିକ୍ଷାଲାଭ କରିଥିବା ନିଶାଙ୍କ ଶିକ୍ଷାଗତ ଯୋଗ୍ୟତା ବି.କମ୍ ଥିବାବେଳେ ସେ ଆଗାମୀ ଦିନରେ ପୋଲିସ ଅଫିସର ହେବାକୁ ଲକ୍ଷ ରଖିଛନ୍ତି ।

Comments are closed.