ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଥର ଟୋକିଓ ଅଲିମ୍ପିକ୍ସ ଯାଇପାରିବେ ନାହିଁ । ସେମାନେ ଶେଷ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରି ନ ଥିଲେ । ଏଥର ୪ଜଣ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ, ପୁରୁଷ ସିଙ୍ଗଲ୍ସରେ ବିସାଇ ପ୍ରଣୀଥ ଏବଂ ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରେଡ୍ଡୀ-ଚିରାଗ ଶେଟ୍ଟି । ଯଦି ବାସ୍ତବିକତା ଏବଂ ଅଭିଜ୍ଞତା ବିଚାରକୁ ନିଆଯାଏ ତାହାହେଲେ ସିନ୍ଧୁଙ୍କ ଠାରୁ ଭାରତ କେବଳ ପଦକ ଆଶା କରିପାରିବ । ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ ।
ଅପରପକ୍ଷରେ ପ୍ରଣୀଥ ବିଶ୍ୱର ବଡ ବଡ ଖେଳାଳି ଲି ଚୋଙ୍ଗ ୱେଇ, ଲି ଜୁନହୁଇଙ୍କୁ ହରାଇବା ଦକ୍ଷତା ପ୍ରମାଣିତ କରିପାରିଛନ୍ତି । ସେହିପରି ବିଶ୍ୱର ୧୦ ନମ୍ବର ଡବଲ୍ସ ଯୋଡି ସାତ୍ୱିକ-ଚିରାଗ କଣ କମାଲ କରୁଛନ୍ତି ତାହା ସମୟ କହିବ । ସୂଚନାଯୋଗ୍ୟ, ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନାଙ୍କ ଅନୁପସ୍ଥିତି ଭାରତର ଗୋଟିଏ ପଦକ ସମ୍ଭାବନା କମ କରିଦେଇଛି ।
BREAKING NEWS
- ମହାନଦୀ ଟେବୁଲରେ ପୁଣି ମୁହାଁମୁହିଁ ହେବେ ଓଡ଼ିଶା-ଛତିଶଗଡ଼: ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ବୟାନ ବଢ଼ାଇଲା ଉତ୍କଣ୍ଠା
- ଦିଲ୍ଲୀପ ରାଉତରାୟଙ୍କ ଅବସର ପରେ କିଏ ହେବେ ଭଦ୍ରକର ନୂଆ ଜିଲ୍ଲାପାଳ? ଶେଷ ହେଲା ସସ୍ପେନ୍ସ, ବାଜିଲା ମୋହର
- ରାଜ୍ୟରେ ଗମ୍ଭୀର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ରାଜ୍ୟ ସରକାର: ନବୀନ
- ମାଇଲେଜ୍ କମୁଛି, ଦାମ୍ କମୁନି! E20 ପେଟ୍ରୋଲ ଉପରେ ଉଠୁଥିବା ପ୍ରଶ୍ନର ଖୁଲାସା କଲେ କେନ୍ଦ୍ର ସରକାର
- ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ: ଅଗଷ୍ଟ ୧୫ରୁ ଖେଳାଯିବ ୨ଟି ଟେଷ୍ଟ
- ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
- ବିଶ୍ୱବ୍ୟାପୀ ବଢ଼ୁଛି ତମ୍ବା ଚୋରି: ଭାରତ ସମେତ ସାରା ବିଶ୍ୱ ପାଇଁ କାହିଁକି ସାଜିଛି ନୂଆ ସଙ୍କଟ?
- ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ: ମନ୍ତ୍ରୀ
- ତେଲ ନଦୀରେ ବନ୍ୟା: ଲାଇଫ ଜ୍ୟାକେଟ୍ ପିନ୍ଧି ୧୫ ଜଣଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ
- ବୟସ ଜାଲିଆତି ରୋକିବାକୁ ବିସିସିଆଇର ବଡ଼ ପଦକ୍ଷେପ: ଯାଞ୍ଚ କରିବ ସ୍ୱତନ୍ତ୍ର ଏଜେନ୍ସି
Comments are closed.