Latest Odisha News

BREAKING NEWS

ଅଲିମ୍ପିକ୍ସରେ ପଦକ ହାସଲ ନେଇ ଦୂତି ଆଶାୟୀ, ସେମିଫାଇନାଲ ପ୍ରବେଶ ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ନେଇ ବେଶ ଆଶାୟୀ ଅଛନ୍ତି ବୋଲି କହିଛନ୍ତି । ଓଡିଶାର ଏହି ଷ୍ଟାର ଆଥଲେଟ ରବିବାର ଏଏନଆଇକୁ ସାକ୍ଷାତକର ଦେଇ ଏହି କଥା କହିଛନ୍ତି । ସକାଳ ୬ରୁ ୧୦ଟା, ଏହା ପରେ ୧୧ଟାରୁ ୧୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କଠିନ ଅଭ୍ୟାସ କରୁଛି ବୋଲି ସେ କହିଛନ୍ତି । କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଦୂତି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

ମହିଳା ୧୦୦ ଏବଂ ୨୦୦ ମିଟରରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଦୂତି ୱାର୍ଲ୍ଡ ର‌୍ୟାଙ୍କିଙ୍ଗ କୋଟାରେ ଏଥର ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ଏହି ଦୁଇ ଇଭେଂଟରେ ୫୬ଜଣ ଆଥଲେଟଙ୍କୁ ସିଧାସଳଖ ଏଂଟ୍ରିର ସୁଯୋଗ ରହିଥିଲା । ସେ ୧୦୦ ମିଟରରେ ୪୧ ଏବଂ ୨୦୦ରେ ୫୧ତମ ସ୍ଥାନରେ ରହିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜ ଟାଇମିଂ ସୁଧାରିବା ସହ କିପରି ସେମିଫାଇନାଲରେ ପ୍ରବେଶ କରିବି ତାହା ମୋର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ଅବସରରେ ସେ ତାଙ୍କ ପ୍ରଶିକ୍ଷକଙ୍କୁଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.