ଭୁବନେଶ୍ୱର: ଦୀର୍ଘ ଦିନ ଧରି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଓଡିଶା ଆଥଲେଟ ଅଂଶଗ୍ରହଣ କରି ଆସିଛନ୍ତି । କିନ୍ତୁ ଦୁଃଖର କଥା କେହି କେବେ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିବା ସୁଯୋଗ ଦେଇ ନାହାନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୪ଜଣ ଓଡିଆକୁ ଏଥର ସୁଯୋଗ ମିଳିଛି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା (ପୁରୁଷ ହକି), ଅମିତ ରୋହିଦାସ (ପୁରୁଷ ହକି), ଦୀପଗ୍ରେସ ଏକ୍କା (ମହିଳା ହକି), ଦୂତି ଚାନ୍ଦ (ଆଥଲେଟିକ୍ସ) । ପୁରୁଷ ହକିରେ ପଦକ ଆଶାର ସମ୍ଭାବନା ଥିବା ବେଳେ ଦୂତି କିଛି କମାଲ କରିବେ ବୋଲି ଆଶା କରାଯାଉଛି ।ଏ ପର୍ଯ୍ୟନ୍ତ ଓଡିଶାର ୧୪ ଜଣ ଅଲିମ୍ପିକ୍ସ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ସେମାନେ ହେଲେ ଦିଲୀପ ତିର୍କି , ଲାଜରୁସ ବାର୍ଲା, ଇଗ୍ନେସ ତିର୍କି, ୱିଲିୟମ ଖାଲକୋ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା, ସୁନୀତ ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, କେ.ରବି କୁମାର । ମାର୍କଣ୍ଡ ରେଡ୍ଡୀ ପାରା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ଏହା ମଧ୍ୟରୁ କେବଳ ୟୁଥ ଅଲିମ୍ପିକ୍ସରେ ଓଡିଶାର ହକି ଟିମର ସଦସ୍ୟ ଭାବେ ସୁଦୀପ ଚିର୍ମାକୋ ପୋଡିୟମରେ ଛିଡା ହେବାର ଗୌରବ ଅର୍ଜନ କରିଛନ୍ତି । ୧୮୯୬ ଆଧୁନିକ ଅଲିମ୍ପିକ୍ସ ପରଠାରୁ ହକିରେ ୯ଜଣ, ଆଥଲେଟିକ୍ସରେ ୪ ଏବଂ ଭାରୋତୋଳନରେ ଜଣେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ମାଇକେଲ କିଣ୍ଡୋ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟ ଥିଲେ । ଝାଡଖଣ୍ଡ ଜନ୍ମିତ ଏହି ହକି ଖେଳାଳି ୧୯୭୭ରେ ଓଡିଶାକୁ ଆସିଥିଲେ । ସେଥିପାଇଁ ତାଙ୍କ ନାମ ସାମିଲ କରା ଯାଇନି । ଆଧୁନିକ ଅଲିମ୍ପିକ୍ସର ୧୦୦ ବର୍ଷ ପରେ ୧୯୯୬ରେ ପ୍ରଥମ ଓଡିଆ ଖେଳାଳି ଭାବେ ଦିଲିପ ତିର୍କି ଆଟଲାଂଟା ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଇଭେଂଟରେ ରଚିତା ମିସ୍ତ୍ରୀ ଓ ଅନୁରାଧା ବିଶ୍ୱାଳ ୨୦୦୦ ସିଡନୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ରଚିତା ୪ଗୁଣା ୧୦୦ରେ ଅଂଶଗ୍ରହଣ କରିଥିଲେ । ଅନୁରାଧାଙ୍କୁ ସୁଯୋଗ ମିଳି ନ ଥିଲା । ଏହାର ୧୬ ବର୍ଷ ପରେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।
BREAKING NEWS
- କିଏ ମାରିବ ଝାଡ଼ଖଣ୍ଡ ବାଜି ?
- ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
- ‘ବିଶ୍ୱରେ ଓଡ଼ିଶାର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ପରିଚୟ ରହିଛି’: ମୁଖ୍ୟମନ୍ତ୍ରୀ
- ଦକ୍ୟାଚ ଓଡିଶା: ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’
- ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର
- ଡାକୁ ମାଝୀ ହତ୍ୟା ମାମଲା: ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ପ୍ରମାଣିତ
- ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ
- ପର୍ଥ ଟେଷ୍ଟ: ବୁମରାହଙ୍କ ଚମତ୍କାର ବୋଲିଂ, ଗୋଟିଏ ଦିନରେ ପଡିଲା ୧୭ ୱିକେଟ
- ବ୍ୟାନ ହେବ କି ‘ପୁଷ୍ପା-୨’? ବିବାଦରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ
- ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ଜାଣନ୍ତୁ କିପରି ଜାଣିବେ ଫଳାଫଳ
Comments are closed.