Latest Odisha News

BREAKING NEWS

ଆଫ୍ରିକା ବିଶ୍ୱରେ ଦ୍ୱିତୀୟ କମ୍ କୋଭିଡ୍ ପ୍ରଭାବିତ ଅଞ୍ଚଳ

ଟରୋଣ୍ଟୋ: ସମଗ୍ର ବିଶ୍ବରେ କରୋନା ତାଣ୍ଡବ ରଚି ଚାଲିଛି। ବିଶ୍ବର କୋଣ ଅନୁକୋଣରେ କାୟା ବିସ୍ତାର କରିଚାଲିିଛି ମାରାତ୍ମକ କରୋନା ଭୂତାଣୁ। ତେବେ ରିପୋର୍ଟ ଅନୁଯାୟୀ ସଂକ୍ରମଣ, ମୃତ୍ୟୁହାର ଏବଂ ଆରୋଗ୍ୟ ହାରର ରେକର୍ଡରୁ ଯାହା ଜଣାପଡ଼ିଛି ଯେ ଆଫ୍ରିକା ହେଉଛି କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବିଶ୍ୱର ଦ୍ୱିତୀୟ କମ୍ ପ୍ରଭାବିତ ଅଞ୍ଚଳ।

ତେବେ ଆଫ୍ରିକା ମହାମାରୀର କେନ୍ଦ୍ରବିନ୍ଦୁ ହେବ ବୋଲି ଭୟ କିଛି କାରଣରୁ ବଢିଇଥିଲା। ସେଥିମଧ୍ୟରୁ ଗୋଟିଏ ହେଲା ଅତ୍ୟଧିକ ଅନୌପଚାରିକ ବସତିର ଉପସ୍ଥିତି।

Comments are closed.