Latest Odisha News

BREAKING NEWS

ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଦର ବୃଦ୍ଧି ନେଇ ୭ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଭୁବନେଶ୍ୱର: ବର୍ଦ୍ଧିତ ତୈଳ ଦର ଗ୍ରାହକଙ୍କ ବାଧୁଛି । ଶହେ ଟଙ୍କା ପାର କଲାଣି ପେଟ୍ରୋଲ ଦାମ୍ । ଅନ୍ୟାନ୍ୟ ସାମଗ୍ରୀ ଦମ ହୁ ହୁ ହୋଇ ବଢୁଛି । ପ୍ରତିବାଦରେ ଆସନ୍ତା ୭ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ୧୭ ତାରିଖ ଯାଏ ପ୍ରତିବାଦ କାର୍ୟ୍ୟକ୍ରମ ଚାଲିବ । ଏନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆସନ୍ତା ୭ ତାରିଖରେ ପ୍ରତି ବ୍ଲକ ମୁଖ୍ୟାଳୟ, ୯ ତାରିଖରେ ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସ ନେତା ଓ କର୍ମୀ ପ୍ରତିବାଦ କରିବେ । ସେହିପରି ୧୩ ତାରିଖରେ ଭୁବନେଶ୍ୱରରେ ପ୍ରତିବାଦ କରାଯିବ । ୧୫ ତାରିଖରେ ଜନସାଧାରଣଙ୍କୁ ପେଟ୍ରୋଲ ଓ ଡିଜେଲ୍ ନକିଣିବାକୁ ଲୋକଙ୍କୁ ଅନୁରୋଧ କରିବ କଂଗ୍ରେସ ।

୧୭ ତାରିଖ ଦିନ ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରାଯିବ । ସେହିପରି କଂଗ୍ରେସ ନିଷ୍ପତ୍ତି ନେଇଛି, ଦଳୀୟ କର୍ମୀ ଘର ଘର ବୁଲି କୋଭିଡ୍ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାର ତଥ୍ୟ ସଂଗ୍ରହ କରିବେ। ଏନେଇ ଏଆଇସିସି ନିକଟରେ ରିପୋର୍ଟ ଦାଖଲ କରାଯିବ ।

Leave A Reply

Your email address will not be published.