Latest Odisha News

BREAKING NEWS

ଏଲଗାର ପରିଷଦ ଘଟଣାରେ ଗିରଫ ସାମାଜିକ କର୍ମୀ ଷ୍ଟନ ସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଏଲଗାର ପରିଷଦ-ମାଓବାଦୀ ଲିଙ୍କ ମାମଲାରେ ଅଭିଯୁକ୍ତ ସାମାଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ସୋମବାର ପରଲୋକ ହୋଇଛି। ଏ ନେଇ ତାଙ୍କ ପରାମର୍ଶଦାତା ବମ୍ବେ ହାଇକୋର୍ଟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।

ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ରବିବାର ତାଙ୍କୁ ଭେଣ୍ଟିଲେଟର ସହାୟତା ଦିଆଯାଇଥିଲା। ସୋମବାର ଷ୍ଟାନ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଭୀମା କୋରେଗାଓଁ ଦଙ୍ଗା ଘଟଣାରେ ଏନଆଇଏ ଷ୍ଟନ ସ୍ୱାମୀଙ୍କୁ ତାଙ୍କ ଘର ଝାରଖଣ୍ଡରୁ ଗିରଫ କରିଥିଲା। ସେବେଠାରୁ ସେ ତଲୋଜା ଜେଲ୍‌ରେ ବନ୍ଦୀ ହୋଇ ରହିଥିଲେ।

Comments are closed.