Latest Odisha News

ମହାରାଷ୍ଟ୍ର ବିଧାନସଭାରେ ମହାନାଟକ, ୧୨ ବିଜେପି ବିଧାୟକ ନିଲମ୍ବିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଆଜି ମହାନାଟକ ଦେଖିବାକୁ ମିଳିଛି । ବାଚସ୍ପତି ଭାସ୍କର ଯାଦବଙ୍କ ପ୍ରତି ଅଶୋଭନୀୟ ବ୍ୟବହାର ନେଇ ୧୨ଜଣ ବିଜେପି ନେତାଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି । ମୌସୁମୀ ଅଧିବେଶନ ଆରମ୍ଭରେ ଏହି ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ବାଚସ୍ପତି ଏବଂ ବିରୋଧୀ ଦଳ ଏଥିନେଇ ପରସ୍ପରକୁ ଦୋଷ ଦେଇଛନ୍ତି ।

ବାଚସ୍ପତି କହିଛନ୍ତି ଗୃହକୁ ମୁଲତବି ରଖାଯାଇଥିବା ବେଳେ ବିରୋଧୀ ଦଳର ନେତାମାନେ ମୋ କ୍ୟାବିନକୁ ଆସି ଦେବେନ୍ଦ୍ର ଫଡନିବେଶ ଏବଂ ଚାନ୍ଦ୍ରକାନ୍ତ ପାଟିଲଙ୍କ ସମ୍ମୁଖରେ ଅପମାନିତ କରିଥିଲେ । ଅପରପକ୍ଷରେ ବିରୋଧୀ ଦଳ ମଧ୍ୟ ବାଚସ୍ପତି ତାଙ୍କୁ ଖରାପ ବ୍ୟବହାର ଦେଖାଇଥିବା କହିଛନ୍ତି ।

Comments are closed.