ମୁମ୍ବାଇ: ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଇଥିବା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ଆଜି ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତା ପଠାଯାଉଛି । ଟେଷ୍ଟ କ୍ରିକେଟରେ ୩୪ ଶତକ ଏବଂ ୧୦ ହଜାରରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିବା ଏହି ମହାନ ଖେଳାଳିଅବସର ନେବାର ୩୪ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର କେତେକ ରେକର୍ଡ ଏବେ ବି ଅତୁଟ ରହିଛି ।
ପଦାର୍ପଣ ସିରିଜରେ ସର୍ବାଧିକ ରନ: ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷ ପଦାର୍ପଣ ସିରିଜରେ ୧୫୪.୮୦ ଆଭରେଜରେ ୭୭୪ ରନ ସଂଗ୍ରହ କରିଥିଲେ । ଯାହା କି ଏବେ ବି ଅତୁଟ ରହିଛି । ଏହି ସିରିଜରେ ସେ ୪ଶତକ ଓ ୩ ଅର୍ଦ୍ଧଶତକ ହାସଲ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଶତକ: ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୭ ଟେଷ୍ଟରେ ୧୩ ଶତକ ହାସଲ କରିଥିଲେ । ଏହା ଆଜି ବି ରେକର୍ଡ ହୋଇ ରହିଛି । ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୫.୪୫ ଆଭରେଜରେ ୨୭୪୯ ରନ କରିଥିଲେ ।
୪ର୍ଥ ଇନିଂସରେ ସର୍ବାଧିକ ଶତକରେ ଭାରତୀୟ ରେକର୍ଡ : ଲିଟିଲ ମାଷ୍ଟର ଟେଷ୍ଟର ୪ର୍ଥ ଇନିଂସରେ ୪ଶତକ ମାରିଛନ୍ତି । ଭାରତର ଅନ୍ୟ କୌଣସି ଖେଳାଳି ଏତେ ସଂଖ୍ୟକ ଶତକ ହାସଲ କରି ନାହାନ୍ତି । ସଚିନ ତେନ୍ଦୁଲକର ୩ଟି ଶତକ ମାରି ତାଙ୍କ ପଛକୁ ରହିଛନ୍ତି । ପାକିସ୍ତାନର ୟୁନୁସ ଖାଁ ସର୍ବାଧିକ ୫ଶତକ କରି ରେକର୍ଡ କରିଛନ୍ତି ।୩ ଥର ଟେଷ୍ଟର ଉଭୟ ଇନିଂସରେ ଶତକ: ସୁନୀଲ ଗାଭାସ୍କର ତାଙ୍କ କ୍ୟାରିୟରରେ ୩ଥର ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।
ଟେଷ୍ଟରେ ଷ୍ଟ୍ରାଇକର ଓପନର ଭାବେ ସର୍ବାଧିକ ରନ: ଟେଷ୍ଟ କ୍ରିକେଟରେ ଓପନର ଷ୍ଟ୍ରାଇକର ଭାବେ ସୁନୀଲ ଗାଭାସ୍କର ୧୮୬ ଇନିଂସରେ ୮୫୧୧ ରନ ଏବେ ବି ଅତୁଟ ରହିଛି ।
BREAKING NEWS
- ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା
- ଚାହା କିମ୍ବା କଫି ପିଉଥିଲେ ସାବଧାନ, ଚେତାବନୀ ଦେଲା ଆଇସିଏମ୍ଆର
- ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହେଲେ ଧୀରଜ ୱଧାୱନ
- ରାଜନୀତିରେ ମାଗଣା ବିଜୁଳି: ଆପଣଙ୍କ ବିଲ୍ କ’ଣ ଜୁନ ମାସରୁ ଦେୟମୁକ୍ତ ହୋଇପାରିବ, ପଢ଼ନ୍ତୁ ଏହି ରିପୋର୍ଟ
- ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ
- ନିର୍ବାଚନ ବେଳେ ଭୋଟରମାନେ ନେତାଙ୍କୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ: ରାଜ୍ୟ ନିର୍ବାଚନ ଅଧିକାରୀ
- ଛାଡପତ୍ରର କାରଣ ୫ ଟଙ୍କିଆ କୁରକୁରେ, କାଠଗଡାରେ ସ୍ଵାମୀ-ସ୍ତ୍ରୀ
- ଟି୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ ପାଇଁ ନାହିଁ ରିଜର୍ଭ ଦିବସ
- ଆୟକର କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ
- ତିହାର ଜେଲ୍କୁ ବୋମାରେ ଉଡାଇ ଦେବାକୁ ଧମକ, ସର୍ଚ୍ଚ ଅପରେସନ ଜାରି