ନ୍ୟୁୟର୍କ: ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି । କେଉଁ ରୋଗରେ ଆକ୍ରାନ୍ତ ହୋଇ ସେମାନେ ମୃତ୍ୟୁବରଣ କରୁଛନ୍ତି ତାହାର ତଦନ୍ତ ଚାଲିଛି । ଷ୍ଟାରଲିଙ୍ଗସ, ବ୍ଲୁ ଜେଜ, ଗ୍ରେକଲ୍ସଙ୍କ ପରୀ ପକ୍ଷୀ ମରିବା ପରୋକ୍ଷରେ ମହାମାରୀର ଆଶଙ୍କା ସୃଷ୍ଟି କରିଛି । ସାଧାରଣତଃ ସାଲମୋନେଲା ଓ କ୍ଲାମାୟିଡିଆ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ପକ୍ଷୀମାନେ ମରିଥାନ୍ତି । ମାତ୍ର ଏଥର ଏହି କାରଣ ଯୋଗୁ ପକ୍ଷୀ ମରୁ ନାହାନ୍ତି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ୨ ମାସ ତଳେ ଭର୍ଜିନିଆ, ୱାଶିଂଟନ ଓ ମେରୀଲ୍ୟାଣ୍ଡରେ ଏ ଭଳି କିଛି ଘଟଣା ସମ୍ମୁଖକୁ ଆସିଥିଲା । ମାତ୍ର ଏହା ଅନ୍ୟ ସବୁ ଅଂଚଳରେ ଦେଖିବାକୁ ମିଳିଛି, ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।
ଆନିମଲ ୱେଲଫେୟାର ଲିଗ ଅଫ ଆଲିଂଟନ ସଂସ୍ଥାର ପ୍ରବକ୍ତା ଚେଲସୀ ଜୋନ୍ସଙ୍କ ମତରେ ସଂକ୍ରମିତ ହେବା ପରେ ପକ୍ଷୀମାନେ ସେମାନଙ୍କ ଦୃଷ୍ଟିଶକ୍ତି ହରାଉଛନ୍ତି । ଦିଗ ନିର୍ଦ୍ଧାରଣ କରି ନ ପାରିବାରୁ ସେମାନେ ପଥଭ୍ରଷ୍ଟ ହେବା ସହ ଭ୍ରମିତ ହେଉଛନ୍ତି । ସେମାନେ ନ୍ୟୁରୋଲୋଜିକାଲ ସମସ୍ୟାରେ ପଡୁଛନ୍ତି । ଏହାର ସ୍ପଷ୍ଟ କାରଣ ଖୋଜିବା ଜରୁରୀ ବୋଲି ସେ କହିଛନ୍ତି । ଲୋକମାନଙ୍କୁ ପକ୍ଷୀଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
BREAKING NEWS
- ଏ କି ବ୍ୟବସ୍ଥା ? ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର
- ଟି୨୦ ବିଶ୍ୱକପ: ସୁପର ଏଇଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ
- ଓଡ଼ିଶାକୁ ଚିନ୍ତା ବାଲ୍ୟ ବିବାହ, ୧୨ ଜିଲ୍ଲାରେ ଅଧିକ…
- ଅନୁଗୁଳ ଜଙ୍ଗଲରେ ପିକନିକ, ସାମାଜିକ ସମାବେଶ ମନା
- ଟି୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶରେ ବଡ ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ଟିମ ଇଣ୍ଡିଆ
- Opium Cultivation: ୨୨ କୋଟିର ଅଫିମ ଗଛ ନଷ୍ଟ,୩ ମହିଳାଙ୍କ ସମେତ ୬ ଗିରଫ
- ୪୭ ବର୍ଷ ପରେ ଏକାଠି ରଜନୀକାନ୍ତ ଓ କମଲ ହାସନ, ଧମାକା କଲା ପ୍ରୋମୋ…
- ୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ହରାଇଲା ଭାରତ
- ଥାଇଲ୍ୟାଣ୍ଡରୁ ଉଦ୍ଧାର ହେଲେ ୪ ଓଡ଼ିଆ…
- AI ସମ୍ମିଳନୀରେ ସାର୍ଟ ଖୋଲି ହଙ୍ଗାମା; ଜେଲ୍ ଗଲେ ୪ ଅଭିଯୁକ୍ତ
Comments are closed.